ମୋବାଇଲ ଫୋନ୍‍ ବ୍ୟବହାର ସ୍ୱାସ୍ଥ୍ୟ ଉପରେ ପକାଇଥାଏ କେଉଁ ପ୍ରଭାବ?

ବର୍ତ୍ତମାନ ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି ମୋବାଇଲ ଫୋନ। ତେବେ ଏହି ମୋବାଇଲ ଫୋନ ବ୍ୟବହାର କରିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ମୋବାଇଲ ଫୋନରେ ଏକ ପ୍ରକାର ବୈଦ୍ୟୁତିକ ଶକ୍ତି ରହିଥାଏ। ତେଣୁ ମୋବାଇଲ ପାଖରୁ ଯଥା ସମ୍ଭବ ଦୂରତା ଅବଲମ୍ବନ କରିବା ଉଚିତ୍‍। ମୋବାଇଲେରେ ଅଧିକ ସମୟ ଧରି ଲଗାତାର ଭାବେ କଥାବାର୍ତ୍ତ କରିବା ଅନୁଚିତ। ଅଧିକ ସମୟ ଧରି କାନରେ ଫୋନ୍‍ ରଖି କଥା ହେବା ଦ୍ୱାରା କାନର […]

Samaya Live Picture
Published On

ବର୍ତ୍ତମାନ ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି ମୋବାଇଲ ଫୋନ। ତେବେ ଏହି ମୋବାଇଲ ଫୋନ ବ୍ୟବହାର କରିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ମୋବାଇଲ ଫୋନରେ ଏକ ପ୍ରକାର ବୈଦ୍ୟୁତିକ ଶକ୍ତି ରହିଥାଏ। ତେଣୁ ମୋବାଇଲ ପାଖରୁ ଯଥା ସମ୍ଭବ ଦୂରତା ଅବଲମ୍ବନ କରିବା ଉଚିତ୍‍। ମୋବାଇଲେରେ ଅଧିକ ସମୟ ଧରି ଲଗାତାର ଭାବେ କଥାବାର୍ତ୍ତ କରିବା ଅନୁଚିତ। ଅଧିକ ସମୟ ଧରି କାନରେ ଫୋନ୍‍ ରଖି କଥା ହେବା ଦ୍ୱାରା କାନର ତାପମାତ୍ରା ପ୍ରାୟ ଏକ ଡ଼ିଗ୍ରୀ ସେଲସିୟସ ବଢ଼ିଯାଇଥାଏ। ଏହା ଫଳରେ ବଧିରତା, ନିଦ୍ରହୀନତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମୋବାଇଲ ଫୋନ୍‍ରୁ ନିର୍ଗତ ବୈଦ୍ୟୁତିକ୍‍ ଶକ୍ତି ସ୍ୱାସ୍ଥ୍ୟ ପାଇଁ କ୍ଷତିିକାରକ। ଶୋଇବା ସମୟରେ ବହୁ ଲୋକେ ମୋବାଇଲ ତକିଆ ତଳେ କିମ୍ବା ମୁଣ୍ଡ ପାଖରେ ଫୋନ ରଖିିଥାନ୍ତି। ତେବେ ଏହା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଏହା କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏଥି ସହିତ ଏହି ଅଭ୍ୟାସ ଶରୀର ଉପରେ ବହୁ କୁପ୍ରଭାବ ପକାଇଥାଏ। ହୃତପିଣ୍ଡ, ଚକ୍ଷୁ, ଅଣ୍ଡା କୋଷରେ କାର୍ୟ୍ୟ ଦକ୍ଷତା କମାଇଥାଏ। ଯାହା ଫଳରେ ଭୃଣ ପ୍ରଭାବିତ ହୋଇଥାଏ। ଶିଶୁମାନେ ବହୁଳ ମାତ୍ରାରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ମାନସିକ ବିକାଶ ବାଧ୍ୟାପ୍ରାପ୍ତ ହୋଇଥାଏ। ଏହାଦ୍ୱାର ମୁଣ୍ଡବ୍ୟଥା ଭଳି ରୋଗ ସୃଷ୍ଟି ହୋଇଥାଏ। ଫୋନକୁ କାନ ପାଖରୁ ଟିକେ ଦୂରତାରେ ରଖି ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକସ୍ଥଳେ ଇଅର ଫୋନ୍‍ ଏବଂ ହେର୍ଡ଼ ଫୋନ ମଧ୍ୟ ବ୍ୟବହାର କରିପାରିବେ। ଫୋନକୁ ଚାର୍ଜରେ ବସାଇଥିବା ସମୟରେ କଥା ହୁଅନ୍ତୁ ନାହିଁ। ଫୋନକୁ ଛାତି ପକଟ ବା ସାର୍ଟର ଉପର ପକେଟରେ ମଧ୍ୟ ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ର୍ହାଟ ଆଟାକ ହବାର ଯଥେଷ୍ଟ ସମ୍ଭାବନା ରହିଥାଏ। ମୋବାଇଲ ବ୍ୟବହାର କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଏହି ଆଶଙ୍କାକୁ ଏଡ଼ାଇପାରିବେ।

Tags: