ଭିଟାମିନ୍‌ ବି-୧୨ର ଉପକାରୀତା

ବର୍ତ୍ତମାନ ଏକ ରିପୋର୍ଟ ଅନୁସାରେ ଭାରତୀୟଙ୍କ ଶରୀରରେ ଭିଟାମିନ୍‌ ବି – ୧୨ର ମାତ୍ରା ବଢି ଚାଲିଛି । ତେବେ ବର୍ତ୍ତମାନର ସମସ୍ୟା ହେଲା ଶରୀରରେ ବି-୧୨ର ଅଭାବ ହେଲେ ଜଣା ପଡିବାରେ ସମସ୍ୟା ହୋଇଥାଏ । ଏହାର ପ୍ରଭାବ ଶରୀରର ସମସ୍ତ ଅଙ୍ଗ ଉପରେ ପଡିଥାଏ ବିଶେଷଭାବେ ମସ୍କିଷ୍କ ଉପରେ ଦେଖିବାକୁ ମିଳିଥାଏ । ଏହା ମସ୍ତିଷ୍କକୁ ବିଭିନ୍ନ ପ୍ରକାର ଅସୁବିଧାରେ ପକାଇଥାଏ । ରିପୋର୍ଟ ଅନୁସାରେ ପାଖାପାଖି ୪୭ ପ୍ରତିଶତ ଭାରତୀୟ ଭିଟାମିନ ବି […]

Samaya Live Picture
Published On

ବର୍ତ୍ତମାନ ଏକ ରିପୋର୍ଟ ଅନୁସାରେ ଭାରତୀୟଙ୍କ ଶରୀରରେ ଭିଟାମିନ୍‌ ବି – ୧୨ର ମାତ୍ରା ବଢି ଚାଲିଛି । ତେବେ ବର୍ତ୍ତମାନର ସମସ୍ୟା ହେଲା ଶରୀରରେ ବି-୧୨ର ଅଭାବ ହେଲେ ଜଣା ପଡିବାରେ ସମସ୍ୟା ହୋଇଥାଏ । ଏହାର ପ୍ରଭାବ ଶରୀରର ସମସ୍ତ ଅଙ୍ଗ ଉପରେ ପଡିଥାଏ ବିଶେଷଭାବେ ମସ୍କିଷ୍କ ଉପରେ ଦେଖିବାକୁ ମିଳିଥାଏ । ଏହା ମସ୍ତିଷ୍କକୁ ବିଭିନ୍ନ ପ୍ରକାର ଅସୁବିଧାରେ ପକାଇଥାଏ । ରିପୋର୍ଟ ଅନୁସାରେ ପାଖାପାଖି ୪୭ ପ୍ରତିଶତ ଭାରତୀୟ ଭିଟାମିନ ବି -୧୨ର ଅଭାବରେ ପୀଡିତ ଅଛନ୍ତି । ମାତ୍ର ୨୬ ପ୍ରତିଶତଙ୍କ ଦେହରେ ଏହାର ସଠିକ ମାତ୍ରା ମିଳିଥିବା ଏହି ରିପୋର୍ଟରେ ପ୍ରକାଶ କରାଯାଇଛି । ବି -୧୨ର ଅଭାବ ଆମେ ରକ୍ତ ପରୀକ୍ଷାରୁ ହିଁ ଜାଣି ପାରିବୁ । ତେବେ କିଛି ଲକ୍ଷଣ ରହିଛି ଯେଉଁଥିରୁ ଭିଟାମିନ ବି -୧୨ ଅଭାବ ସମ୍ପର୍କରେ ଜାଣିହେବ । ଯେପରି କମ କାମ କଲେ ମଧ୍ୟ ଥMା ଲାଗିବା । ଦୁର୍ବଳତା, ଓଜନ ହ୍ରାସ, ବାନ୍ତି ହେବା, ହାତ ଗୋଡ ଝିମ୍‌ଝିମ୍‌ ହେବା, ମାନସିକ ସ୍ତରରେ ଦୁର୍ବଳତା ଲାଗିବା ଆଦି ହେଉଛି ବି-୧୨ ଅଭାବର ସୂଚନା । ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଉପଯୁକ୍ତ ଚିକିତ୍ସା କରିବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିବ । ଏଥିପାଇଁ ଭିଟାମିନ୍‌ ବି -୧୨ରେ ଭରପୁର ଥିବା ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା କେତେକାଂଶରେ କମହୋଇଥାଏ ।

Tags: