ବ୍ରେନ୍‌ ପ୍ରତି ବିପଦ ମନିଟରିଂ ମେସିନ୍‌

ଆଜିକାଲି ବିଜ୍ଞାନ ଅନେକ ଅଗ୍ରଗତି କରିବାରେ ଲାଗିଛି । ଯେଉଁ କାରଣରୁ ଆମକୁ ଅନେକ ଏଭଳି ଟେକ୍ନୋଲୋଜି ମିଳୁଛି ଯାହା ଆମର ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରୁଛି । ସେଥିମଧ୍ୟରୁ ଗୋଟିଏ ହେଲା ମଣିଷର ମସ୍ତିଷ୍କରେ କଣ ଚାଲିଛି ସେ ବିଷୟରେ ଜାଣିବା । ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ବୈଜ୍ଞାନିକମାନେ ଏକ ମେସିନ୍‌ର ଉଦ୍ଭାବନ କରିଛନ୍ତି, ଯାହା ମଣିଷର ମୁଣ୍ଡ ଭିତରେ କେଉଁ ଭାବନା ଚାଲିଛି ତାକୁ କମ୍ପୁ୍ୟଟର ସ୍କ୍ରିନରେ ଦେଖାଇବ । […]

Samaya Live Picture
Published On

ଆଜିକାଲି ବିଜ୍ଞାନ ଅନେକ ଅଗ୍ରଗତି କରିବାରେ ଲାଗିଛି । ଯେଉଁ କାରଣରୁ ଆମକୁ ଅନେକ ଏଭଳି ଟେକ୍ନୋଲୋଜି ମିଳୁଛି ଯାହା ଆମର ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରୁଛି । ସେଥିମଧ୍ୟରୁ ଗୋଟିଏ ହେଲା ମଣିଷର ମସ୍ତିଷ୍କରେ କଣ ଚାଲିଛି ସେ ବିଷୟରେ ଜାଣିବା । ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ବୈଜ୍ଞାନିକମାନେ ଏକ ମେସିନ୍‌ର ଉଦ୍ଭାବନ କରିଛନ୍ତି, ଯାହା ମଣିଷର ମୁଣ୍ଡ ଭିତରେ କେଉଁ ଭାବନା ଚାଲିଛି ତାକୁ କମ୍ପୁ୍ୟଟର ସ୍କ୍ରିନରେ ଦେଖାଇବ । ତେବେ ବର୍ତ୍ତମାନ ଏକ ଗବେଷଣା ତଥ୍ୟ ଅନୁସାରେ ଏହି ଟେକ୍ନୋଲୋଜିର କୁ ପ୍ରଭାବ ମଧ୍ୟ ରହିଛି । ଏହି ଟେକ୍ନୋଲୋଜି ଓ ମେସିନର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ତେଣୁ ବୈଜ୍ଞାନିକଙ୍କ ମତରେ ଏହା ଉପରେ ନିୟନ୍ତ୍ରଣର ଆବଶ୍ୟକତା ରହିଛି । ଅନେକ ଏଭଳି ଉଦାହରଣ ମିଳୁଛି ଯେଉଁଥିରେ ଏହି ମେସିନ୍‌ ନିର୍ମାଣ କରୁଥିବା କମ୍ପାନୀମାନେ ଏହାର ଦୁରୂପୋଯୋଗ କରୁଥିବାର ଉଦାହରଣ ସାମନାକୁ ଆସିଛି । ତେଣୁ ନୁ୍ୟରୋଟେକ୍ନୋଲୋଜି ପାଇଁ ନିୟମ ଆଣିବାକୁ ବୈଜ୍ଞାନିକ ଦାବି କରିଛନ୍ତି । ବ୍ରେନ୍‌ ମନିଟରିଂ ଡିଭାଇସ୍‌ର ନିୟନ୍ତ୍ରଣ ଆବଶ୍ୟକତା ରହିଛି । ଅଭିଯୋଗ ଅନୁସାରେ ବ୍ରେନ୍‌ ମନିଟରିଂ କରୁଥିବା କମ୍ପାନୀମାନେ ମଣିଷଙ୍କ ବ୍ରେନ୍‌ରେ ଥିବା ସମସ୍ତ ଡାଟାର ଏକ ଡାଟା ବେସ୍‌ ପ୍ରସ୍ତୁତ କରୁଛନ୍ତି ଏବଂ ସେଗୁଡିକୁ ବିକ୍ରି କରୁଛନ୍ତି । ଏହି ସମସ୍ତ ଡାଟାକୁ ଅନ୍ୟ କମ୍ପାନୀଙ୍କୁ ଦେଇ ସେମାନେ ବ୍ୟବସାୟ କରୁଛନ୍ତି । ଏହା ଉପରେ ନିୟନ୍ତ୍ରଣ କରିବା ପାଇଁ ଏହି ମେସିନ୍‌ ବ୍ୟବହାରନେଇ ନିୟମ ବାହାର କରିବାକୁ ପଡିବ ବୋଲି ମତ ପ୍ରକାଶ ପାଇଛି ।

Tags: