ବ୍ରୁସେଲୋସିସ୍
ବ୍ରୁସେଲୋସିସ୍ ଏକ ପ୍ରକାର ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ଯାହା ପ୍ରାଣୀଙ୍କ ପାଖରୁ ମଣିଷଙ୍କ ପାଖକୁ ବ୍ୟାପିଥାଏ । ଏହାର ମାଧ୍ୟମ୍ୟ ଭିନ୍ନଭିନ୍ନ ରହିଥାଏ । ଯଦି ଆପଣ ସଂକ୍ରମିତ ପ୍ରାଣୀଙ୍କର ସିଧାସଳଖ ସଂସ୍ପର୍ଶରେ ଆସନ୍ତି ଯେମିତି ସଂକ୍ରମିତ ପ୍ରାଣୀଙ୍କର କ୍ଷୀର,ଅଣ୍ଡା କିମ୍ବା ମାଂସ ଖାଇବା । ଏହା ବେଳେବେଳେ ବାୟୁମଣ୍ଡଳ କାରଣରୁ ମଧ୍ୟ ବ୍ୟାପିଥାଏ । ଏହି ସମସ୍ୟା ହେଲେ ଲକ୍ଷଣ ଚିହ୍ନି ଡାକ୍ତରଙ୍କୁ ଦେଖାଇବାର ଆବଶ୍ୟକତା ଖୁବ ଅଧିକ ରହିଛି । ଏହି ବ୍ୟାକେଫରିଆରେ ସଂକ୍ରମିତ […]
ବ୍ରୁସେଲୋସିସ୍ ଏକ ପ୍ରକାର ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ଯାହା ପ୍ରାଣୀଙ୍କ ପାଖରୁ ମଣିଷଙ୍କ ପାଖକୁ ବ୍ୟାପିଥାଏ । ଏହାର ମାଧ୍ୟମ୍ୟ ଭିନ୍ନଭିନ୍ନ ରହିଥାଏ । ଯଦି ଆପଣ ସଂକ୍ରମିତ ପ୍ରାଣୀଙ୍କର ସିଧାସଳଖ ସଂସ୍ପର୍ଶରେ ଆସନ୍ତି ଯେମିତି ସଂକ୍ରମିତ ପ୍ରାଣୀଙ୍କର କ୍ଷୀର,ଅଣ୍ଡା କିମ୍ବା ମାଂସ ଖାଇବା । ଏହା ବେଳେବେଳେ ବାୟୁମଣ୍ଡଳ କାରଣରୁ ମଧ୍ୟ ବ୍ୟାପିଥାଏ । ଏହି ସମସ୍ୟା ହେଲେ ଲକ୍ଷଣ ଚିହ୍ନି ଡାକ୍ତରଙ୍କୁ ଦେଖାଇବାର ଆବଶ୍ୟକତା ଖୁବ ଅଧିକ ରହିଛି । ଏହି ବ୍ୟାକେଫରିଆରେ ସଂକ୍ରମିତ ହେଲେ ଜ୍ୱର, ଭୋକ ନ ଲାଗିବା, ଝାଳ ବାହାରିବା, ଫଟିଗୋ, ଦୁର୍ବଳ ଲାଗିବା, ଆଣ୍ଠୁ, ଗଣ୍ଠିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । କେତେକ କ୍ଷେତ୍ରରେ ବ୍ରିସେଲୋସିସ୍ର ଲକ୍ଷଣ କେତେ ସପ୍ତାହ କିମ୍ବା ମାସ ଧରି ଦେଖିବାକୁ ମିଳିନଥାଏ ହେଲେ ପୁଣି ଏହା ଫେରିଥାଏ । କେତେକ ଲୋକଙ୍କ ନିକଟରେ ଏହାର ଲକ୍ଷଣ ଅଧିକ ସମୟ ଧରି ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି ରୋଗର ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହି ବ୍ୟାକେଫରିଆଲ ଇନ୍ଫେକସନ୍ଟି ବ୍ରୁସେଲା କ୍ୟାନିସ୍ ବ୍ୟାକେଫରିଆ କାରଣରୁ ହୋଇଥାଏ । ଏହି ବ୍ୟାକେଫରିଆ ସାଧାରଣତଃ ପୋଷାଜୀବଙ୍କ ପାଖରେ ଯେପରି କୁକୁର, ଛେଳି, ଘୁଷୁରୀଙ୍କ ପାଖରେ ଥାଏ । କେବଳ ଏତିକି ନୁହେଁ ଏହା ବିଭିନ୍ନ ବନ୍ୟଜନ୍ତୁଙ୍କ ପାଖରେ ମଧ୍ୟ ରହିଥାଆନ୍ତି । ଯଦି କୌଁଣସି ବ୍ୟକ୍ତି ସଂକ୍ରମିତ ହୋଇଥିବା ପ୍ରାଣୀଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଏମାନଙ୍କୁ ଏହି ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଥାଏ ।




