ବର୍ଷାଦିନେ ରୁହନ୍ତୁ ସୁସ୍ଥ
ମନସୁନ୍ରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଦିନେ ଡେଙ୍ଗୁ ଜ୍ୱର, ଭାଇରାଲ ଜ୍ୱର, କାଶ, ଥଣ୍ଡା, ସର୍ଦ୍ଦି,ଖାଦ୍ୟ ସକ୍ରମଣ, ଆଖିଧରା, ଚିକେନପକ୍ସ ଭଳି ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଏହି ଦିନେ ଖାଦ୍ୟପେୟର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ, ଯେପରି ଆମେ ଅସୁସ୍ଥତାରୁ ଦୂରରେ ରହିବା । ଖାଦ୍ୟ ସଂକ୍ରମଣ ଅନେକ ଦିନର ଖରା ପରେ ଯେତେବେଳେ ବର୍ଷା ଦିନ ଆସିଥାଏ, ସେତେବେଳେ ସମସ୍ତଙ୍କୁ ଖୁସି ମିଳିଥାଏ । […]
ମନସୁନ୍ରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଦିନେ ଡେଙ୍ଗୁ ଜ୍ୱର, ଭାଇରାଲ ଜ୍ୱର, କାଶ, ଥଣ୍ଡା, ସର୍ଦ୍ଦି,ଖାଦ୍ୟ ସକ୍ରମଣ, ଆଖିଧରା, ଚିକେନପକ୍ସ ଭଳି ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଏହି ଦିନେ ଖାଦ୍ୟପେୟର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ, ଯେପରି ଆମେ ଅସୁସ୍ଥତାରୁ ଦୂରରେ ରହିବା ।
ଖାଦ୍ୟ ସଂକ୍ରମଣ
ଅନେକ ଦିନର ଖରା ପରେ ଯେତେବେଳେ ବର୍ଷା ଦିନ ଆସିଥାଏ, ସେତେବେଳେ ସମସ୍ତଙ୍କୁ ଖୁସି ମିଳିଥାଏ । କାରଣ ବର୍ଷା ଯୋଗୁଁ ସମସ୍ତଙ୍କୁ ଗରମରୁ ମୁକ୍ତି ମିଳିଥାଏ । ହେଲେ ଏହି ବର୍ଷା ଆମକୁ ଅଧିକ ସତର୍କ ରହିବାକୁ ମଧ୍ୟ ସୂଚାଇ ଦେଇଥାଏ । ବର୍ଷା ଦିନେ ଅନେକଙ୍କ ପାଖରେ ଖାଦ୍ୟ ସଂକ୍ରମଣର ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଦିନେ ପାଗ ଥଣ୍ଡା ଓ କୋହଲା ରହିଥାଏ, ଯାହା ବିଭିନ୍ନ ପୋକ, ରୋଗଜୀବାଣୁଙ୍କ ବଂଶ ବିସ୍ତାର ପାଇଁ ଅନୁକୂଳ ହୋଇଥାଏ । ତେଣୁ ଏହି ସମୟରେ ବାହାରେ ଖାଇବା ଠାରୁ ନିବୃତ୍ତ ରହିବାର ଆବଶ୍ୟକତା ଅଧିକ ରହିଥାଏ । କାରଣ ଜୀବାଣୁମାନେ ଖାଦ୍ୟ ଦେଇ ଆମ ଶରୀରରେ ପ୍ରବେଶ କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜାଇଥାଆନ୍ତି । ଏହି ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ ସଂକ୍ରମଣ ଦେଖିବାକୁ ମିଳିଥାଏ, ଯେପରି ଡାଇରିଆ, ନଏଜିଆ, ଡିହାଇଡ୍ରେସନ୍,ବାନ୍ତି, ପେଟ ଯନ୍ତ୍ରଣା ଆଦି । ତେଣୁ ଏହି ସମୟରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ହୋଇଥାଏ । ବର୍ଷାଦିନେ କଞ୍ଚା ଖାଦ୍ୟ ଖାଇବାଠାରୁ ଦୂରରେ ରୁହନ୍ତୁ ।
ଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣ
ମନସୁନ୍ରେ ଖାଦ୍ୟ ସଂକ୍ରମଣ ସହିତ ରେସ୍ପିରୋଟାରୀ ଇନ୍ଫେକସନ୍ ବା ଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣ ଅଧିକ ହେଉଥିବାର ଦେଖିବାକୁ ମିଳିଥାଏ । ଏହି ଦିନେ ହଠାତ୍ କରି ପାଣିପାଗରେ ପରିବର୍ତ୍ତନ ଆସିଥାଏ, ଯେଉଁ କାରଣରୁ ବିଭିନ୍ନ ସଂକ୍ରମଣ ଦେଖିବାକୁ ମିଳିଥାଏ । ତେବେ ଶ୍ୱାସନଳୀରେ ସଂକ୍ରମଣ କାରଣରୁ ଏହି ଦିନେ କାଶ, ଥଣ୍ଡା, ଗଳା ଦରଜ, ଛାତିରେ ଯନ୍ତ୍ରଣା, ନାକରୁ ପାଣି ବାହାରିବା ଆଦି ଦେଖିବାକୁ ମିଳିଥାଏ । ଏହି ସମସ୍ତ ସମସ୍ୟା ଅନେକଙ୍କୁ ବହୁତ ଯନ୍ତ୍ରଣା ଦେଇଥାଏ । ବିଶେଷ କରି ଛୋଟପିଲା ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳିଥାଏ । ସେମାନଙ୍କୁ ଥରେ କାଶ କିମ୍ବା ଥଣ୍ଡା ହେଲେ କମିବାକୁ କଷ୍ଟ ହୋଇଥାଏ । ତେଣୁ ଏହି ଦିନେ ସେମାନଙ୍କ ବିଶେଷଭାବେ ଯନି ନେବାକୁ ହୋଇଥାଏ । ସେମାନେ କିଭଳି ଘରେ ରହି ସୁଷମ ଖାଦ୍ୟ ଖାଇବେ ତାହାର ବ୍ୟବସ୍ଥା କରିବାକୁ ହୋଇଥାଏ । ସେମାନଙ୍କୁ ବର୍ଷାରେ ଓଦା ହେବାକୁ ମନା କରିବାକୁ ହୋଇଥାଏ । ସେମାନଙ୍କର କିଛି ଘରୋଇ ଉପଚାର ମଧ୍ୟ କରିବାକୁ ହୋଇଥାଏ । ଘରେ ଅଦା, ଲବଙ୍ଗ ପକା ଚା’ ଆପଣ ପିଇପାରିବେ । ସେହିପରି ଖାଦ୍ୟରେ ଅଧିକ ମାତ୍ରାରେ ଫଳ ଓ ପନିପରିବା ସାମିଲ କରନ୍ତୁ, ଏହା ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବ ।




