ପ୍ରତିଦିନ ଫାଇବର ଖାଇବା ଜରୁରୀ
ଆମର ସ୍ୱାସ୍ଥ୍ୟ ଅଧିକାଂଶ ଆମର ଖାଦ୍ୟ ଉପରେ ନିର୍ଭର କରିଥାଏ । ଖାଦ୍ୟରେ ଆମେ ଯେତେ ପୋଷଣ ଆମ ଶରୀରକୁ ଯୋଗାଇବା ତାହା ସେତେ ସୁସ୍ଥ ରହିବ । ନିକଟରେ ପ୍ରକାଶ ପାଇଥିବା ଆମେରିକାନ ଡାଇଟରୀ ଗାଇଡଲାଇନ ଅନୁସାରେ ପ୍ରତିଦିନ ପୁରୁଷ ମାନଙ୍କୁ ୩୫ଗ୍ରାମ ଓ ନାରୀଙ୍କୁ ୨୫ ଗ୍ରାମର ଫାଇବର ଖାଇବା ଜରୁରୀ । ଗାଜର, ବିଟ, କନ୍ଦମୂଳ ଆଦିରେ ଫାଇବାର ଭରପୁର ମାତ୍ରାରେ ରହିଛି । ଏହାଛଡା ବ୍ରୋକଲି, ଫୁଲକୋବି ଓ କଲରାରେ ମଧ୍ୟ […]
ଆମର ସ୍ୱାସ୍ଥ୍ୟ ଅଧିକାଂଶ ଆମର ଖାଦ୍ୟ ଉପରେ ନିର୍ଭର କରିଥାଏ । ଖାଦ୍ୟରେ ଆମେ ଯେତେ ପୋଷଣ ଆମ ଶରୀରକୁ ଯୋଗାଇବା ତାହା ସେତେ ସୁସ୍ଥ ରହିବ । ନିକଟରେ ପ୍ରକାଶ ପାଇଥିବା ଆମେରିକାନ ଡାଇଟରୀ ଗାଇଡଲାଇନ ଅନୁସାରେ ପ୍ରତିଦିନ ପୁରୁଷ ମାନଙ୍କୁ ୩୫ଗ୍ରାମ ଓ ନାରୀଙ୍କୁ ୨୫ ଗ୍ରାମର ଫାଇବର ଖାଇବା ଜରୁରୀ । ଗାଜର, ବିଟ, କନ୍ଦମୂଳ ଆଦିରେ ଫାଇବାର ଭରପୁର ମାତ୍ରାରେ ରହିଛି । ଏହାଛଡା ବ୍ରୋକଲି, ଫୁଲକୋବି ଓ କଲରାରେ ମଧ୍ୟ ଫାଇବର ଢେର ମାତ୍ରାରେ ରହିଛି । ଆଜିକାଲି ଫାଷ୍ଟ ଫୁଡ ଓ ପ୍ରୋସେସ ଫୁଡର ବ୍ୟବହାର ବଢିଛି, ଯାହାଫଳରେ ଆମ ଶରୀରକୁ କମ ଫାଇବର ମିଳୁଛି । ତେବେ ଫାଇବର କମ ହେବା ଫଳରେ କୋଷ୍ଠ କାଠିନ୍ୟ, ଥMପଣ, ମେଦବହୁଳତା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଫାଇବର ଛୁଆଙ୍କ ପାଇଁ ଖୁବ ଉପକାରୀ ହୋଇଥାଏ । ଏହା ସେମାନଙ୍କର ଗ୍ରୋଥ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହାସହିତ ରୋଗପ୍ରତିରୋଧକ ଶକ୍ତି ଓ ଓଜନକୁ ନିୟନ୍ତ୍ରଣରେ ରଖିଥାଏ । ଫାଇବର ଆମର ଝାଡା ପରିଷ୍କାର କରିବା ସହିତ ପାଚନତନ୍ତ୍ରକୁ ଭଲ କରିଥାଏ । ଭୋକକୁ ନିୟନ୍ତ୍ରଣ ରଖିଥାଏ, ଯାହାଦ୍ୱାରା କିଛି ଜଙ୍କ ଖାଇବାରୁ ଆମେ ବଞ୍ଚିଥାଉ । ଏହା ଆମର ପେଟପାଇଁ ଖୁବ ଆବଶ୍ୟକ ହୋଇଥାଏ, ତେଣୁ ପ୍ରତିଦିନ ଖାଇବାରେ କିଛିକିଛି ଫାଇବର ସାମିଲ କରନ୍ତୁ ।




