ନିଦ ପାଇଁ ଭଲ ଯୋଗ

ନିକଟରେ ହୋଇଥିବା ଏକ ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ ହାଇ ଇଣ୍ଟେନସିଟି ବା ଉଚ୍ଚ ତୀବ୍ରତା ଯୋଗ ଆମ ଶରୀର ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଏହା ବିଶେଷଭାବେ ଆମର ନିଦ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହି ସଂକ୍ରାନ୍ତରେ ହୋଇଥିବା ଗବେଷଣାରେ ପାଖାପାଖି ୩ ହଜାର ଲୋକ ଭାଗ ନେଇଥିଲେ । ଏହି ବ୍ୟକ୍ତିମାନେ ନିଦ୍ରା ହିନତା ରୋଗରେ ପିଡିତ ଥିଲେ, ଯାହାକୁ ଏହି ଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । […]

ନିଦ ପାଇଁ ଭଲ ଯୋଗ
Samaya Live Picture
Published On

ନିକଟରେ ହୋଇଥିବା ଏକ ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ ହାଇ ଇଣ୍ଟେନସିଟି ବା ଉଚ୍ଚ ତୀବ୍ରତା ଯୋଗ ଆମ ଶରୀର ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଏହା ବିଶେଷଭାବେ ଆମର ନିଦ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହି ସଂକ୍ରାନ୍ତରେ ହୋଇଥିବା ଗବେଷଣାରେ ପାଖାପାଖି ୩ ହଜାର ଲୋକ ଭାଗ ନେଇଥିଲେ । ଏହି ବ୍ୟକ୍ତିମାନେ ନିଦ୍ରା ହିନତା ରୋଗରେ ପିଡିତ ଥିଲେ, ଯାହାକୁ ଏହି ଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ଏମାନଙ୍କୁ ପ୍ରତିସପ୍ତାହରେ ଦୁଇଦିନ ଧରି ୩୦ ମିନିଟ୍‌ରୁ କମ ସମୟ ପାଇଁ ଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ସେମାନେ ଏହା କରିବା ପରେ ଖୁବ ଉପଶମ ପାଇଥିବା ପ୍ରକାଶ କରିଥିଲେ । ମାତ୍ର ୮ରୁ ୧୦ ସପ୍ତାହ ପରେ ହିଁ ସେମାନଙ୍କୁ ସୁଫଳ ମିଳିବା ଆରମ୍ଭ ହୋଇଥିଲା । ତେଣୁ ଯୋଗ ଆମ ନିଦ୍ରାହିନତା ପାଇଁ ଖୁବ ଉତ୍ତମ ସମାଧାନ ବୋଲି ଏଥିରେ ଜଣା ପଡିଛି ।

Tags: