ନିଦ୍ରା ନିୟମ

ଆଜିକାଲି ବାସ୍ତୁର ବ୍ୟବହାର ଅନେକ ସ୍ଥାନରେ ହେଉଛି । ଘର ତୋଳିବା ଠାରୁ ଆରମ୍ଭ କରି ଘର ସଜାଇବା ପର୍ଯ୍ୟନ୍ତ ସମସ୍ତେ ସବୁଥିରେ ବାସ୍ତୁଶାସ୍ତ୍ରୀ ମାନଙ୍କର cମତ ନେଉଛନ୍ତି । ଏପରିକି ବାସ୍ତୁରେ କିଭଳି ଶୋଇବ ସେନେଇ ମଧ୍ୟ ବିଭିନ୍ନ ନିୟମ ରହିଛି । କିପରି ଶୋଇଲେ ଭଲ ନିଦ ହେବ, କିପରି ଶୋଇଲେ ନିଦ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ, ସେ ନେଇ ମଧ୍ୟ ଟିପ୍ସ ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି […]

Samaya Live Picture
Published On

ଆଜିକାଲି ବାସ୍ତୁର ବ୍ୟବହାର ଅନେକ ସ୍ଥାନରେ ହେଉଛି । ଘର ତୋଳିବା ଠାରୁ ଆରମ୍ଭ କରି ଘର ସଜାଇବା ପର୍ଯ୍ୟନ୍ତ ସମସ୍ତେ ସବୁଥିରେ ବାସ୍ତୁଶାସ୍ତ୍ରୀ ମାନଙ୍କର cମତ ନେଉଛନ୍ତି । ଏପରିକି ବାସ୍ତୁରେ କିଭଳି ଶୋଇବ ସେନେଇ ମଧ୍ୟ ବିଭିନ୍ନ ନିୟମ ରହିଛି । କିପରି ଶୋଇଲେ ଭଲ ନିଦ ହେବ, କିପରି ଶୋଇଲେ ନିଦ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ, ସେ ନେଇ ମଧ୍ୟ ଟିପ୍ସ ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ଟି« ବିଷୟରେ ।
ଶୋଇବାର ଦିଗ
– ଦକ୍ଷିଣ ଦିଗକୁ ପାଦ ଦେଇ କେବେ ବି ଶୋଇବା ଉଚିତ୍‌ ନୁହେଁ । ଏହି ଦିଗରେ ଯମଙ୍କର ନିବାସ ହୋଇଥାଏ । ତେଣୁ ଏହି ଦିଗକୁ ପାଦ କରି ଉତ୍ତରକୁ ମୁଣ୍ଡ କରି ଶୋଇବା ଅଶୁଭ ହୋଇଥାଏ ।
– ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ବିଦ୍ୟା ପ୍ରାପ୍ତି ହୋଇଥାଏ । ଏହା ସୁଖଶାନ୍ତିର ଦିଗ ହୋଇଥାଏ । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ପାଇଁ ।
– ଦକ୍ଷିଣ ଦିଗକୁ ଗୋଡ ନକରି ମୁଣ୍ଡ କରି ଶୁଅନ୍ତୁ । ଆପଣଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଏହାସହ ଧନ ଲାଭର ସୁଯୋଗ ମଧ୍ୟ ରହିଛି ।
– ତେବେ ଦିଗ ମଧ୍ୟରେ ଉତ୍ତର ଦିଗ ପରି ପଶ୍ଚିମ ଦିଗ ପାଇଁ ମଧ୍ୟ ବାରଣ ରହିଛି । ତେଣୁ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଅଧିକ ଚିନ୍ତା ମୁଣ୍ଡରେ ରହିବ ବୋଲି ବାସ୍ତୁରେ ବର୍ଣ୍ଣନା ରହିଛି । ତେଣୁ କେବେ ବି ଉତ୍ତର ଓ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ ।

Tags: