ଚିକିତ୍ସା କରିବ ଫିଟ୍ନେସ୍ ବ୍ୟାଣ୍ଡ୍
ବର୍ତ୍ତମାନ ଏଭଳି ଏକ ସ୍ୱାସ୍ଥ୍ୟ ଉପକରଣ ବିକଶିତ କରାଯାଇଛି, ଯାହା ଆମର ସ୍ୱାସ୍ଥ୍ୟଗତ ତଥ୍ୟ ଏକତ୍ର କରିବା ସାଙ୍ଗକୁ ଚିକିତ୍ସା କ୍ଷେତ୍ରରେ ବି ସକ୍ଷମ ହେବ । ଫିଟ୍ନେସ୍ ବ୍ୟାଣ୍ଡ୍ ଭଳି ପିନ୍ଧିବାଯୋଗ୍ୟ ଏହି ଇଲେକେଫ୍ରାନିକ୍ ଇକୁ୍ୟପମେଣ୍ଟ ସାହାଯ୍ୟରେ ମନୁଷ୍ୟର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ତଥ୍ୟ ଜାଣିହେବ । ଏହାସହିତ ଏହି ଆଧାରରେ ଚିକିତ୍ସା କରିହେବ ବୋଲି ସ୍ୱିଜରଲାଣ୍ଡ୍ର ଇଟିଏଚ୍ ରିସର୍ଚ୍ଚ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି । ପୂର୍ବରୁ ଇଲେକେଫ୍ରାନିକ୍ ଇଣ୍ଟରଫେସ୍ର ଅଭାବ କାରଣରୁ ଏହି […]
ବର୍ତ୍ତମାନ ଏଭଳି ଏକ ସ୍ୱାସ୍ଥ୍ୟ ଉପକରଣ ବିକଶିତ କରାଯାଇଛି, ଯାହା ଆମର ସ୍ୱାସ୍ଥ୍ୟଗତ ତଥ୍ୟ ଏକତ୍ର କରିବା ସାଙ୍ଗକୁ ଚିକିତ୍ସା କ୍ଷେତ୍ରରେ ବି ସକ୍ଷମ ହେବ । ଫିଟ୍ନେସ୍ ବ୍ୟାଣ୍ଡ୍ ଭଳି ପିନ୍ଧିବାଯୋଗ୍ୟ ଏହି ଇଲେକେଫ୍ରାନିକ୍ ଇକୁ୍ୟପମେଣ୍ଟ ସାହାଯ୍ୟରେ ମନୁଷ୍ୟର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ତଥ୍ୟ ଜାଣିହେବ । ଏହାସହିତ ଏହି ଆଧାରରେ ଚିକିତ୍ସା କରିହେବ ବୋଲି ସ୍ୱିଜରଲାଣ୍ଡ୍ର ଇଟିଏଚ୍ ରିସର୍ଚ୍ଚ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି । ପୂର୍ବରୁ ଇଲେକେଫ୍ରାନିକ୍ ଇଣ୍ଟରଫେସ୍ର ଅଭାବ କାରଣରୁ ଏହି ଉପକରଣ ଜିନ୍ ଆଧାରିତ ଉପଚାର ପାଇଁ ସିଧାସଳଖ ପ୍ରୋଗ୍ରାମ୍ ହୋଇପାରୁନଥିଲା । ମାତ୍ର ବର୍ତ୍ତମାନ ଏହି ସମସ୍ୟାର ନିଷ୍କର୍ସ ବାହାରିଛି । ଏହି ନୂତନ ଟେକ୍ନିକ୍କୁ ଡାଇରେକ୍ଟ କରେଣ୍ଟ୍ ଆକ୍ୟୁରେଟେଡ଼ ରେଗୁଲେସନ୍ ଟେକ୍ନୋଲୋଜି ବା ଡାର୍ଟ ବୋଲି କୁହାଯାଉଛି । ଏହା ଅନ୍ତର୍ଗତ ସହଜରେ ଜିନ୍ ଆଧାରିତ ଚିକିତ୍ସା ହୋଇପାରୁଛି । ଏହାକୁ ପ୍ରମାଣ କରିବା ପାଇଁ ମଧୁମେହରେ ଆକ୍ରାନ୍ତ ଏକ ମୂଷା ଉପରେ ଗବେଷଣା କରାଯାଇଥିଲା । ଯାହାଦ୍ୱାରା ମୂଷାର ବ୍ଲଡ୍ ସୁଗାର ସ୍ତରକୁ ସାମାନ୍ୟ ସୀମା ପର୍ଯ୍ୟନ୍ତ ଆଣିବାରେ ଗବେଷକମାନେ ସଫଳ ହୋଇଛନ୍ତି । ଏହି ଟେକ୍ନିକ୍ ଇନ୍ସୁଲିନ୍ର ଉତ୍ପାଦନକୁ ସିଧା ପ୍ରୋତ୍ସାହିତ କରି ମଧୁମେହକୁ କାବୁ କରିବାରେ ସହାୟକ ହେବ । ସେହିପରି ଏହାଦ୍ୱାରା ଜେନେଟିକ୍ ସମ୍ବନ୍ଧିତ ବିଭିନ୍ନ ପ୍ରକାରର ସମସ୍ୟାର ଉପଚାରରେ ମଧ୍ୟ ସାହାଯ୍ୟ ମିଳିବ ବୋଲି କୁହାଯାଇଛି ।




