ଚାଇଲଡହୁଡ଼ ଓବେସିଟି
ବର୍ତ୍ତମାନ ପରିବର୍ତ୍ତିତ ଲାଇଫ୍ଷ୍ଟାଇଲର ପ୍ରଭାବ ଛୋଟ ଠାରୁ ବଡ ସମସ୍ତଙ୍କ ଉପରେ ପଡୁଛି । ଏହାର ପ୍ରଭାବରେ ଛୋଟପିଲାଙ୍କ କ୍ଷେତ୍ରରେ ଅନେକ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ଯାହା ସେମାନଙ୍କୁ ଅନେକ କଷ୍ଟ ଦେଉଛି । ସେହିଭଳି ଏକ ସମସ୍ୟା ହେଲା ଚାଇଲïହୁଡ୍ ଓବେସିଟି । ଓବେସିଟି ଛୋଟ ହେଉ କିମ୍ବା ବଡ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ । ବର୍ତ୍ତମାନ ପିଲାଙ୍କର ଜଙ୍କ ଫୁଡ୍ ଖିଆରେ ବୃଦ୍ଧି ଘଟିଛି, ଯେଉଁ କାରଣରୁ ସେମାନଙ୍କ ନିକଟରେ […]
ବର୍ତ୍ତମାନ ପରିବର୍ତ୍ତିତ ଲାଇଫ୍ଷ୍ଟାଇଲର ପ୍ରଭାବ ଛୋଟ ଠାରୁ ବଡ ସମସ୍ତଙ୍କ ଉପରେ ପଡୁଛି । ଏହାର ପ୍ରଭାବରେ ଛୋଟପିଲାଙ୍କ କ୍ଷେତ୍ରରେ ଅନେକ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ଯାହା ସେମାନଙ୍କୁ ଅନେକ କଷ୍ଟ ଦେଉଛି । ସେହିଭଳି ଏକ ସମସ୍ୟା ହେଲା ଚାଇଲïହୁଡ୍ ଓବେସିଟି । ଓବେସିଟି ଛୋଟ ହେଉ କିମ୍ବା ବଡ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ । ବର୍ତ୍ତମାନ ପିଲାଙ୍କର ଜଙ୍କ ଫୁଡ୍ ଖିଆରେ ବୃଦ୍ଧି ଘଟିଛି, ଯେଉଁ କାରଣରୁ ସେମାନଙ୍କ ନିକଟରେ ଓବେସିଟି ବା ମେଦବହୂଳତା ଦେଖିବାକୁ ମିଳୁଛି । ଏହି ଓବେସିଟି କାରଣରୁ ଆହୁରି ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଛୋଟପିଲାଙ୍କୁ ହେଉଥିବାର ନଜରକୁ ଆସୁଛି । ତେବେ କିଛି ଟ୍ରିକ୍ ଅଛି ଯାହାକୁ ଫଲୋ କରି ଆପଣ ପିଲାଙ୍କୁ ଓବେସିଟି ଠାରୁ ଦୂରରେ ରଖିପାରିବେ । ତଥାପି ଯଦି ଆପଣଙ୍କ ପିଲା ଓବେସିଟିର ଶିକାର ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।
ଶିଶୁଙ୍କ ଆଗରେ ଜଙ୍କଫୁଡ୍ ଖାଆନ୍ତୁନି- ସବୁବେଳେ ପିଲାମାନେ ଘରର ବଡ ଲୋକଙ୍କ ସମସ୍ତ କାର୍ଯ୍ୟକୁ ଅନୁକରଣ କରିଥାଆନ୍ତି । ତେଣୁ କେବେ ବି ସେମାନଙ୍କ ଆଗରେ ଜଙ୍କ ଫୁଡ୍ ଖାଆନ୍ତୁ ନାହିଁ । ଏପରି କରିବା ଦ୍ୱାରା ସେମାନଙ୍କର ଇଚ୍ଛା ବଢିଥାଏ । ସେମାନେ ଘରର ରନ୍ଧା ଖାଦ୍ୟ ପରିବର୍ତ୍ତେ ସବୁବେଳେ ସେହି ଖାଦ୍ୟ ଖାଇବାର ଲାଳସା ରଖିଥାଆନ୍ତି । ତେଣୁ ସବୁବେଳେ ସେମାନଙ୍କ ସହ ଘର ରନ୍ଧା ଖାଦ୍ୟ ଖାଆନ୍ତୁ ।

ଶିକ୍ଷା ଦିଅନ୍ତୁ – ସବୁବେଳେ ଜଙ୍କ ଫୁଡ୍ ଖାଇଲେ କଣ ଅସୁବିଧା ହେବ ସେ ନେଇ ଛୁଆଙ୍କୁ ଶିକ୍ଷିତ କରାନ୍ତୁ । ସେମାନେ ଏହାର ପ୍ରଭାବ ବିଷୟରେ ବୁଝିବା ପରେ ଏହା ଖାଇବା କମାଇବେ । ତେଣୁ ସେମାନଙ୍କୁ ଏହାର ଖରାପ ପ୍ରଭାବ ବିଷୟରେ ଅବଗତ କରାନ୍ତୁ ।
ସେମାନଙ୍କୁ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ମିଶାନ୍ତୁ- ପିଲାଙ୍କୁ ଖାଦ୍ୟ ପ୍ରସ୍ତୁତି ପୂର୍ବରୁ କିମ୍ବା ସମୟରେ ନିଜ ପାଖରେ ରଖନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କର ଖାଇବା ପ୍ରତି ଆଗ୍ରହ ବଢିଥାଏ । ସେମାନେ ଘର ଖାଦ୍ୟର ଗୁରୁତ୍ୱତା ବୁଝନ୍ତି ଯାହା ତାଙ୍କୁ ବାହାରର ଜଙ୍କ ଖାଦ୍ୟଠାରୁ ଦୂରରେ ରଖିଥାଏ ।




