ଖାଦ୍ୟର ରଖନ୍ତୁ ବିଶେଷ ଧ୍ୟାନ

ଆଗକୁ ଦୀପାବଳି ଆସୁଛି ସେଥିପାଇଁ ସମସ୍ତେ ଘର ସଫା କରିବାରେ ଲାଗିପଡିବେ । ତେବେ ଏହି ସଫାସଫି ସମୟରେ କେତେଜଣ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଇ ନଥାନ୍ତି । ଯେଉଁ କାରଣରୁ ସେମାନଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡିଥାଏ । ତେଣୁ ଏହି ସମୟରେ ଖାଦ୍ୟପେୟର ବିଶେଷ ଧ୍ୟାନ ଦେବା ପାଇଁ ହୋଇଥାଏ । ସକାଳର ଜଳଖିଆ ଦରକାରୀ- ଏହି ସମୟରେ ସମସ୍ତେ ସକାଳୁ ସଫା କରିବାକୁ ପସନ୍ଦ କରନ୍ତି । ତେଣୁ ସକାଳର ଜଳଖିଆ […]

Samaya Live Picture
Published On

ଆଗକୁ ଦୀପାବଳି ଆସୁଛି ସେଥିପାଇଁ ସମସ୍ତେ ଘର ସଫା କରିବାରେ ଲାଗିପଡିବେ । ତେବେ ଏହି ସଫାସଫି ସମୟରେ କେତେଜଣ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଇ ନଥାନ୍ତି । ଯେଉଁ କାରଣରୁ ସେମାନଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡିଥାଏ । ତେଣୁ ଏହି ସମୟରେ ଖାଦ୍ୟପେୟର ବିଶେଷ ଧ୍ୟାନ ଦେବା ପାଇଁ ହୋଇଥାଏ ।
ସକାଳର ଜଳଖିଆ ଦରକାରୀ- ଏହି ସମୟରେ ସମସ୍ତେ ସକାଳୁ ସଫା କରିବାକୁ ପସନ୍ଦ କରନ୍ତି । ତେଣୁ ସକାଳର ଜଳଖିଆ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସଫା କରିବା ପୂର୍ବରୁ ଜଳଖିଆ ଖାଇ ସଫାସଫି ଆରମ୍ଭ କରନ୍ତୁ । ଖାଦ୍ୟ ନଖାଇ ସଫାସଫି କରିବା ଫଳରେ ଏହି କାମ ବେଶି କ୍ଳାନ୍ତ ଲାଗିଥାଏ । ତେଣୁ ଏହି ଦିନେ ସକାଳର ଜଳଖିଆରେ ବିଶେଷଭାବେ ପ୍ରୋଟିନପୂର୍ଣ୍ଣ ଖାଦ୍ୟ ଖାଆନ୍ତୁ ।
ଅଳ୍ପ ବ୍ୟବଧାନରେ ଖାଆନ୍ତୁ- ସଫା କରିବା ସମୟରେ ଅଳ୍ପଅଳ୍ପ ବ୍ୟବଧାନରେ କିଛି କିଛି ଖାଦ୍ୟ ଖାଉଥାଆନ୍ତୁ । ଏହି ଦିନେ ଆପଣ ଡ୍ରାଏଫ୍ରୁଟ୍ସକୁ ଖାଇ ପାରିବେ । ରାତିରୁ ପାଣିରେ କିଛି ଆଲମଣ୍ଡ, କିସ୍‌ମିସ୍‌ ପକାଇ ରଖନ୍ତୁ ଏହାକୁ କିଛି ବ୍ୟବଧାନରେ ଖାଆନ୍ତୁ, ବେଶ୍‌ ଭଲ ଏନର୍ଜି ଯୋଗାଇଥାଏ । କାମରୁ କିଛି ସମୟ ପାଇଁ ବ୍ରେକ ନେଇ ଫଳରସ ପିଇ ପାରିବେ, ଏହା ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ ।
ଖରାପ ଖାଦ୍ୟରୁ ବଞ୍ଚନ୍ତୁ- ସଫାସଫି କରିବା ସମୟରେ କୌଣସି ଫାଷ୍ଟ ଫୁଡ୍‌ କିମ୍ବା ଅନ୍ୟ ଛଣାଛଣି ତେଲଜାତୀୟ ଖାଦ୍ୟ ଖାଇବାରୁ ନିବୃତ୍ତ ରୁହ;ୁ । ଏଗୁଡିକ ଖାଇବା ଦ୍ୱାରା ଆପଣଙ୍କ ପେଟରେ ସମସ୍ୟା ଦେଖାଦେଇପାରେ । ତେଣୁ ଏହି ଦିନେ ଖାଦ୍ୟର ବିଶେଷ ଧ୍ୟାନ ରଖନ୍ତୁ ।

Tags: