କୋର୍ଟିସୋଲ ହର୍ମୋନକୁ ରଖନ୍ତୁ ନିୟନ୍ତ୍ରଣରେ

କୋର୍ଟିସୋଲ ହେଉଛି ଏକ ଷ୍ଟେରୋଏଡ୍‌ ହର୍ମୋନ ଯାହାକୁ ଆମର ଆଡ୍ରେନାଲ ଗ୍ଲାଣ୍ଡ୍‌ରୁ କ୍ଷରଣ ହୋଇଥାଏ । ଯେତେବେଳେ ଆମେ ଷ୍ଟ୍ରେସରେ ରହିଥାଉ ସେହିିସମୟରେ କୋର୍ଟିସୋଲର ସ୍ତର ବଢିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ତେବେ ଆମ ଜୀବନଶୈଳୀ ଅନୁଯାୟୀ ଆମେ ଅନେକ ସମୟରେ ବିଭିନ୍ନ କାରଣରୁ ଷ୍ଟ୍ରେସରେ ରହୁଛେ । ଯେଉଁ କାରଣରୁ ଆମ ଶରୀରରେ କୋର୍ଟିସୋଲର ମାତ୍ରା ବଢୁଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ । ଏହି ହର୍ମୋନ ବଢିବା […]

Samaya Live Picture
Published On

କୋର୍ଟିସୋଲ ହେଉଛି ଏକ ଷ୍ଟେରୋଏଡ୍‌ ହର୍ମୋନ ଯାହାକୁ ଆମର ଆଡ୍ରେନାଲ ଗ୍ଲାଣ୍ଡ୍‌ରୁ କ୍ଷରଣ ହୋଇଥାଏ । ଯେତେବେଳେ ଆମେ ଷ୍ଟ୍ରେସରେ ରହିଥାଉ ସେହିିସମୟରେ କୋର୍ଟିସୋଲର ସ୍ତର ବଢିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ତେବେ ଆମ ଜୀବନଶୈଳୀ ଅନୁଯାୟୀ ଆମେ ଅନେକ ସମୟରେ ବିଭିନ୍ନ କାରଣରୁ ଷ୍ଟ୍ରେସରେ ରହୁଛେ । ଯେଉଁ କାରଣରୁ ଆମ ଶରୀରରେ କୋର୍ଟିସୋଲର ମାତ୍ରା ବଢୁଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ । ଏହି ହର୍ମୋନ ବଢିବା ଫଳରେ ବିଭିନ୍ନ କ୍ରୋନିକ ଡିଜିଜ୍‌ ଯେପରି ବ୍ଲଡପ୍ରେସର, ହାର୍ଟ ଡିଜିଜ୍‌, ଟାଇପ୍‌ ୨ ଡାଇବେଟିସ୍‌, ଅଷ୍ଟେଓପୋରୋସିସ୍‌ ଆଦି ହୋଇଥାଏ । ଏହି ହର୍ମୋନ ବଢିବା ଫଳରେ ଆମକୁ ଅଧିକ ଭୋକ ଲାଗିଥାଏ ଯାହା ଆମର ଓଜନ ବଢାଇଥାଏ । ନିଦ୍ରାହୀନତା, ଦୁର୍ବଳ ଲାଗିବା, ରୋଗପ୍ରତିରୋଧକ ଶକ୍ତି କମିବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ । ଯଦି ଏସମସ୍ତ ସମସ୍ୟା ଦେଖିବାକୁ ମିଳୁଛି, ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ । ଘରେ ମଧ୍ୟ କିଛି ଉପାୟ କରି ଆପଣ ଏହାକୁ ନିୟନ୍ତ୍ରଣରେ ରଖିପାରିବେ । ସକାଳୁ ବ୍ୟାୟାମ, ବିଭିନ୍ନ ପୋଷଣରେ ପରିପୂର୍ଣ୍ଣ ଖାଦ୍ୟ ଖାଇବା, ନିଦର ସମୟ ସବୁବେଳେ ଠିକ୍‌ ରଖିବା, ଚିନ୍ତା ମୁକ୍ତ ରହିବା ପାଇଁ ନିଜ ଲୋକଙ୍କର ସାହାଯ୍ୟ ନେଇ ପାରିବେ । ଜୀବନ ଶୈଳୀରେ କିଛିଟା ସ୍ୱାସ୍ଥ୍ୟକର ପରିବର୍ତ୍ତନ କରି ଆମେ ଏହି ହର୍ମୋନକୁ ନିୟନ୍ତ୍ରଣରେ ରଖିପାରିବା ।

Tags: