କୋନ୍‌ ସମୋସା

ସାମଗ୍ରୀ – ୧ କପ୍‌ ମଇଦା, ଅଧା ଚାମଚ ଅଜୱାଇନ୍‌, ୩ଟି ସିଝାଆଳୁ, କଟା କଞ୍ଚାଲଙ୍କା, ଅଧା ଚାମଚ ଚାଟ୍‌ ମସଲା, ଅଧା ଚାମଚ ଚିଲ୍ଲି ଫ୍ଲେକ୍ସ, ୨ ଚାମଚ କଟା ଧନିଆପତ୍ର, ସ୍ୱାଦାନୁସାର ଲୁଣ ଏବଂ ଆବଶ୍ୟକତା ଅନୁସାରେ ତେଲ । ପ୍ରଣାଳି – କୋନ୍‌ ସମୋସା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ମଇଦା ନେଇ ଏଥିରେ ଅଜୱାଇନ୍‌ ଓ ଲୁଣ ମିଶାଇ ତେଲ ଓ ପାଣିରେ ଏହାର ଡୋ’ ବନାନ୍ତୁ । […]

Samaya Live Picture
Published On

ସାମଗ୍ରୀ – ୧ କପ୍‌ ମଇଦା, ଅଧା ଚାମଚ ଅଜୱାଇନ୍‌, ୩ଟି ସିଝାଆଳୁ, କଟା କଞ୍ଚାଲଙ୍କା, ଅଧା ଚାମଚ ଚାଟ୍‌ ମସଲା, ଅଧା ଚାମଚ ଚିଲ୍ଲି ଫ୍ଲେକ୍ସ, ୨ ଚାମଚ କଟା ଧନିଆପତ୍ର, ସ୍ୱାଦାନୁସାର ଲୁଣ ଏବଂ ଆବଶ୍ୟକତା ଅନୁସାରେ ତେଲ ।
ପ୍ରଣାଳି – କୋନ୍‌ ସମୋସା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ମଇଦା ନେଇ ଏଥିରେ ଅଜୱାଇନ୍‌ ଓ ଲୁଣ ମିଶାଇ ତେଲ ଓ ପାଣିରେ ଏହାର ଡୋ’ ବନାନ୍ତୁ । ଏହାପରେ ଅନ୍ୟ ଏକ ପାତ୍ରରେ ଆଳୁକୁ ଚକଡି କଞ୍ଚାଲଙ୍କା, ଚିଲ୍ଲି ଫ୍ଲେକ୍ସ, ଧନିଆପତ୍ର, ଚାଟ୍‌ ମସଲା ଏବଂ ଲୁଣ ମିଶାନ୍ତୁ । ପରେ ଅନ୍ୟ ଏକ ପାତ୍ରରେ ମଇଦା ଓ ପାଣିର ଏକ ମିଶ୍ରଣ ବନାନ୍ତୁ । ଉପରୋକ୍ତ ମଇଦା ଡୋ’ରୁ ରୁଟି ପ୍ରସ୍ତୁତ କରି ଏହାକୁ ସେକନ୍ତୁ । ଏହାପରେ ରୁଟିକୁ ୪ ଖଣ୍ଡ କରି ଏଥିରେ କୋନ୍‌ ପ୍ରସ୍ତୁତ କରି ମଇଦା ମିଶ୍ରଣରେ ଚିପକାନ୍ତୁ । ଏହାପରେ ଆଳୁ ମିଶ୍ରଣକୁ କୋନ୍‌ରେ ଫିଲ୍‌ କରି ମଇଦା ମିଶ୍ରଣରେ ଚିପକାଇ ଡିପ୍‌ ଫ୍ରାଏ କରନ୍ତୁ ଏବଂ ଚଟନୀ କିମ୍ବା ସସ୍‌ ସାଙ୍ଗରେ ଗରମ ଗରମ ପରସନ୍ତୁ ।

Tags: