କିସ୍‌ମିସ୍‌ ପାଣି ଖୁବ ଉପକାରୀ

ଅନେକ ସମୟରେ ସମସ୍ତେ ପରାମର୍ଶ ଦେଇଥାଆନ୍ତି ସକାଳୁ ଖାଲି ପେଟରେ କିସମିସ ବତୁରା ପାଣିକୁ ପିଇବାକୁ । ଏହା ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ସକାଳୁ ଖାଲି ପେଟରେ କିସମିସ ଭିଜା ପାଣି ପିଇଲେ ଆମର ଏନର୍ଜି ବୁଷ୍ଟ ହେବା ସହିତ ହଜମ ଶକ୍ତି ବଢିଥାଏ । ଏହାସହ ଆମର ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଭାରତୀୟ ଜୀବନଶୈଳୀ ପାଇଁ ଏହା ଖୁବ ଉପକାରୀ ହୋଇଥାଏ । ଏଥିରେ ଥିବା ଫାଇବର ଓ […]

କିସ୍‌ମିସ୍‌ ପାଣି ଖୁବ ଉପକାରୀ
Samaya Live Picture
Published On

ଅନେକ ସମୟରେ ସମସ୍ତେ ପରାମର୍ଶ ଦେଇଥାଆନ୍ତି ସକାଳୁ ଖାଲି ପେଟରେ କିସମିସ ବତୁରା ପାଣିକୁ ପିଇବାକୁ । ଏହା ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ସକାଳୁ ଖାଲି ପେଟରେ କିସମିସ ଭିଜା ପାଣି ପିଇଲେ ଆମର ଏନର୍ଜି ବୁଷ୍ଟ ହେବା ସହିତ ହଜମ ଶକ୍ତି ବଢିଥାଏ । ଏହାସହ ଆମର ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଭାରତୀୟ ଜୀବନଶୈଳୀ ପାଇଁ ଏହା ଖୁବ ଉପକାରୀ ହୋଇଥାଏ । ଏଥିରେ ଥିବା ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଆମର ମେଟାବଲିଜିମ୍‌କୁ ଶକ୍ତ କରିବା ସହିତ ପଟାସିଅମ ଆମର ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହା ଆମର ହୃତପିଣ୍ଡ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ଏହା ଫଟିଗୋ, ଆନେମିଆ ସମସ୍ୟା ପାଇଁ ଉପକାରୀ ହୋଇଥାଏ । ତେଣୁ ପ୍ରତିଦିନ ଖାଲିପେଟରେ କିସମିସ ଭିଜା ପାଣି ପିଅନ୍ତୁ ଖୁବ ଲାଭ ମିଳିବ ।

Tags: