କନ୍‌କ୍ୟୁଜନ୍‌

ଏହାଏକ ମସ୍ତିଷ୍କ ସମସ୍ୟା ଯାହା ଆମର ନିଦ, ଏକାଗ୍ରତା, ସ୍ମରଣଶକ୍ତି, ମନର ଅବସ୍ଥା ଉପରେ ପ୍ରଭାବ ପକାଇଥାଏ । ଏହି ସମସ୍ୟା ହେବା ଦ୍ୱାରା ଲୋକଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ । ଏହି ସମସ୍ୟା ହେଲେ ରୋଗୀର ମୁଣ୍ଡ ବିନ୍ଧା, କାନରେ ଶବ୍ଦ ଶୁଣାଯିବା, ନଏଜିଆ, ବାନ୍ତି, ଫଟିଗୋ, ଦୃଷ୍ଟି ଶକ୍ତ କମ ହେବା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ବିଶେଷଭାବେ ଆଥଲେଟ୍‌ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । କେତେକଙ୍କ କ୍ଷେତ୍ରରେ ପାଟି […]

Samaya Live Picture
Published On

ଏହାଏକ ମସ୍ତିଷ୍କ ସମସ୍ୟା ଯାହା ଆମର ନିଦ, ଏକାଗ୍ରତା, ସ୍ମରଣଶକ୍ତି, ମନର ଅବସ୍ଥା ଉପରେ ପ୍ରଭାବ ପକାଇଥାଏ । ଏହି ସମସ୍ୟା ହେବା ଦ୍ୱାରା ଲୋକଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ । ଏହି ସମସ୍ୟା ହେଲେ ରୋଗୀର ମୁଣ୍ଡ ବିନ୍ଧା, କାନରେ ଶବ୍ଦ ଶୁଣାଯିବା, ନଏଜିଆ, ବାନ୍ତି, ଫଟିଗୋ, ଦୃଷ୍ଟି ଶକ୍ତ କମ ହେବା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ବିଶେଷଭାବେ ଆଥଲେଟ୍‌ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । କେତେକଙ୍କ କ୍ଷେତ୍ରରେ ପାଟି ଲାଗିବା, କୌଣସି କାର୍ଯ୍ୟରେ ଏକାଗ୍ରତା ନରହିବା, ବେଳେବେଳେ ଅଚେତ ହୋଇଯିବା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ତେବେ ଏହି ଲକ୍ଷଣ ଦେଖାଯିବାରେ ମଧ୍ୟ ବେଳେବେଳେ ଡେରି ହୋଇଥାଏ । ତେଣୁ ଯଦି ଏହି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହି ସମସ୍ୟା ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ । ଶିଶୁଙ୍କୁ ଏହି ସମସ୍ୟା ହେଲେ ସେମାନଙ୍କୁ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ । ଯେପରି ସେମାନେ ଲଗାତାର କାରଣ ନଥାଇ କାନ୍ଦିଥାଆନ୍ତି, ନିଜ ପସନ୍ଦର ଖାଦ୍ୟ ଖାଇନଥାନ୍ତି କିମ୍ବା ଖେଳନା ସହ ଖେଳି ନଥାନ୍ତି । ବାନ୍ତି, ଖାଦ୍ୟ ନଖାଇବା, ଠିକ୍‌ରେ ନଶୋଇବା ଆଦି ସମସ୍ୟା ଶିଶୁଙ୍କ ନିକଟରେ ଦେଖିବାକୁ ମିଳିଥାଏ । ତେଣୁ ଯଦି ଏଭଳି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ଡାକ୍ତରଙ୍କୁ ଦେଖାନ୍ତୁ ଏବଂ ଚିକିତ୍ସା କରନ୍ତୁ ।

Tags: