ଆଙ୍ଗଜାଇଟି ରୋଗ
ଆଙ୍ଗଜାଇଟି ଓ ଆଙ୍ଗଜାଇଟି ରୋଗ ବା ଡିଜଅର୍ଡର ଭିତରେ ଫରକ ରହିଛି । ପରୀକ୍ଷା ପୂର୍ବରୁ କିମ୍ବା କୌଣସି ଚାକିରିର ସାକ୍ଷାତ ପୂର୍ବରୁ ଅନୁଭବ ହେଉଥିବା ଡରକୁ ଆଙ୍ଗଜାଇଟି କୁହାଯାଇଥାଏ । ଏହି କିଛି ସମୟ ପାଇଁ ରହିଥାଏ ଏବଂ ଏହାପରେ ଦୂର ହୋଇଯାଇଥାଏ । ହେଲେ ଆଙ୍ଗଜାଇଟି ରୋଗ କହିଲେ ଏକ କ୍ରମାଗତ ଅନୁଭବ ଯାହା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । କାରଣ ନଥାଇ ମଧ୍ୟ ଆପଣଙ୍କୁ ଡର ଲାଗିଥାଏ । ଆପଣ […]
ଆଙ୍ଗଜାଇଟି ଓ ଆଙ୍ଗଜାଇଟି ରୋଗ ବା ଡିଜଅର୍ଡର ଭିତରେ ଫରକ ରହିଛି । ପରୀକ୍ଷା ପୂର୍ବରୁ କିମ୍ବା କୌଣସି ଚାକିରିର ସାକ୍ଷାତ ପୂର୍ବରୁ ଅନୁଭବ ହେଉଥିବା ଡରକୁ ଆଙ୍ଗଜାଇଟି କୁହାଯାଇଥାଏ । ଏହି କିଛି ସମୟ ପାଇଁ ରହିଥାଏ ଏବଂ ଏହାପରେ ଦୂର ହୋଇଯାଇଥାଏ । ହେଲେ ଆଙ୍ଗଜାଇଟି ରୋଗ କହିଲେ ଏକ କ୍ରମାଗତ ଅନୁଭବ ଯାହା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । କାରଣ ନଥାଇ ମଧ୍ୟ ଆପଣଙ୍କୁ ଡର ଲାଗିଥାଏ । ଆପଣ କିଛି କାରଣ ନଥାଇ ଅଧିକ ଭାବପ୍ରବଣ ହୋଇଯାଆନ୍ତି ଏବଂ ବିନା କାରଣରେ କାନ୍ଦିବାକୁ ମଧ୍ୟ ଲାଗନ୍ତି । ଛୋଟଛୋଟ ଘଟଣା ଆପଣଙ୍କୁ ବେଶି କଷ୍ଟ ଦେବା ସହିତ ଚିନ୍ତାରେ ପକାଇଥାଏ । ଏଭଳି ଅନୋଭାବ ବେଶ୍ କିଛି ଦିନ ପର୍ଯ୍ୟନ୍ତ ଲାଗିରହିଥାଏ, କୌଣସି କଥା ଆପଣଙ୍କୁ ଖୁସି ଦେବାରେ ସକ୍ଷମ ହୋଇ ନଥାଏ । କିଛି ଲୋକଙ୍କ କ୍ଷେତ୍ରରେ ଏହା କିଛି ମାସ ଓ କେତେକଙ୍କ କ୍ଷେତ୍ରରେ ଏହା ବର୍ଷବର୍ଷ ଧରି ରହିଥାଏ । ତେଣୁ ସେହି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ବାଧ୍ୟତା ମୂଳକ ହୋଇଯାଇଥାଏ । ଆଙ୍ଗଜାଇଟି ଡିଜ୍ଅର୍ଡର ପ୍ରଭାବ ଆମର ବ୍ୟକ୍ତିଗତ ଜୀବନ, ଅଫିସ୍, ସ୍କୁଲ, କଲେଜ, ପାଠପଢା ସବୁ ଉପରେ ପଡିଥାଏ । ଏହାର ବିଶେଷ ନକାରାତ୍ମକ ପ୍ରଭାବନ ଆମର ମସ୍ତିଷ୍କ ଉପରେ ପଡିଥାଏ । ତେଣୁ ଏହାର ଚିକିତ୍ସା ତୁରନ୍ତ ଆବଶ୍ୟକ ହୋଇଥାଏ । ଏହାର ଲକ୍ଷଣ ଚିହ୍ନି ଏହାକୁ ତୁରନ୍ତ ଚିକିତ୍ସା କରାଇବା ଦରକାର ହୋଇଥାଏ ।




