ମେଣ୍ଢା ଚରାଇବାକୁ ଆଗ୍ରହୀ ଯୁବପିଢି

ମେଣ୍ଢା ଚରାଇବାକୁ ଆଗ୍ରହୀ ଯୁବପିଢି
Ipsita Picture
By: Ipsita
Published On

 

ଚୀନର ଏକ ଘଟଣା ବର୍ତ୍ତମାନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି, ଏହା ସୂଚାଇଛି କି ସେଠାରେ ବେରୋଜଗାର ସମସ୍ୟା କେତେ ଗମ୍ଭୀର । ସୂଚନାଅନୁସାରେ ଚୀନ୍ର ଇନର ମଙ୍ଗୋଲିଆରେ ମେଣ୍ଢା ଚରାଇବାର ମାତ୍ର ୨ଟି ପଦବୀ ପାଇଁ ୪୮ ଘଣ୍ଟା ମଧ୍ୟରେ ୧୦୦୦ରୁ ଅଧିକ ଆବେଦନ ପତ୍ର ଆସିଛି । ଯେଉଁଥିରେ ପ୍ରାୟ ୧୦ ପ୍ରତିଶତ ବିଶ୍ୱବିଦ୍ୟାଳୟର ଡିଗ୍ରୀଧାରୀ ଅଛନ୍ତି। ଏହି ଚାକିରି ଏତେ ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଉଛି ଏଥିରେ ମିଳୁଥିବା ମାସିକ ୧୬,୦୦୦ ୟୁଆନ୍ (ପ୍ରାୟ ୨.୪ ଲକ୍ଷ ଟଙ୍କା) ଦରମା ସହ ମାଗଣା ଖାଇବା, ରହିବା ସୁବିଧା ଏବଂ ୱାଇ-ଫାଇ ବ୍ୟବସ୍ଥା। ଚୀନ୍ରେ ବର୍ତ୍ତମାନ ଚାକିରି ପାଇଁ ପ୍ରତିଯୋଗିତା କ୍ରମାଗତ ଭାବେ ବଢିଚାଲିଛି । ପ୍ରତିବର୍ଷ ଏଠାରେ ରେକର୍ଡ ସଂଖ୍ୟାରେ ଗ୍ରାଜୁଏଟ୍ ଚାକିରି ବଜାରକୁ ଆସୁଛନ୍ତି । ଏଭଳି ସ୍ଥିତିରେ କେବଳ ଭଲ ଦରମା ପାଇଁ ନୁହେଁ, ବରଂ ଶାନ୍ତ ଜୀବନଶୈଳୀ ପାଇଁ ମଧ୍ୟ ଏହି ଚାକିରି ଅନେକଙ୍କୁ ଆକର୍ଷିତ କରିଛି। ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ସହର ଛାଡ଼ି ଗାଁ ଆଡ଼କୁ ଯିବାର ଏକ ନୂଆ ଧାରା ଦେଖାଯାଇଛି । ଯେଉଁଠାରେ ଆବେଦନକାରୀମାନେ ଭିଡ଼ଭାଡ଼ ସହର, ଦୀର୍ଘ ଯାତ୍ରା ଏବଂ ଅଫିସ୍ ଚାପରୁ ଦୂରେଇ ଏକ ସରଳ ଜୀବନ ବିତାଇବାକୁ ଚାହୁଁଛନ୍ତି । ତେଣୁ ତାଙ୍କ ପାଇଁ ମେଣ୍ଢାମାନଙ୍କ ଗହଣରେ କାମ କରିବା ମାନସିକ ଚାପଗ୍ରସ୍ତ ସହରୀ ଜୀବନ ଅପେକ୍ଷା ଏକ ସର୍ବୋତ୍ତମ ବିକଳ୍ପ ସାଜିଛିବୋଲି ମତ ପ୍ରକାଶ ପାଇଛି ।

Tags: