ଭିଡିଓ ଗେମ ଖେଳିବାକୁ ମିଳିବ ଛୁଟି
ଆମେରିକୀୟ ସେନାର ଜର୍ଜିଆସ୍ଥିତ ଫୋର୍ଟ ଷ୍ଟିୱର୍ଟରେ ନିୟୋଜିତ ୯ମ ବ୍ରିଗେଡ୍ ଇଞ୍ଜିନିୟର ବାଟାଲିୟନ୍ ସୈନିକମାନଙ୍କ ପାଇଁ ଏକ ନିଆରା ଅଫର ଘୋଷଣା କରିଛି । ଯେଉଁଥିରେ ପ୍ରସିଦ୍ଧ ଭିଡିଓ ଗେମ୍ 'ଜିଏଟଏ ୬' ଖେଳିବା ପାଇଁ ସୈନିକମାନଙ୍କୁ ୪ ଦିନର ଛୁଟି ମିଳିବ । ତେବେ ଏହି ଛୁଟି ପାଇବା ପାଇଁ ସୈନିକମାନଙ୍କୁ ସେନାରେ ଅତିକମରେ ଆଉ ୨ ବର୍ଷ ସେବା ଦେବା ନିମନ୍ତେ ନଭେମ୍ବର ୧୪ ସୁଦ୍ଧା ପୁନଃପଞ୍ଜୀକୃତ (ରି-ଏନଲିଷ୍ଟ) ହେବାକୁ ପଡ଼ିବ । ଯାହାଫଳରେ ଗେମ୍ର ରିଲିଜ୍ ସମୟ ନଭେମ୍ବର ୧୯ ପାଖାପାଖି ସେମାନଙ୍କୁ ଏହି ଛୁଟି ମିଳିପାରିବ । ପ୍ରାୟ ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଆସୁଥିବା ଏହି ଗେମ୍କୁ ନେଇ ଖୁବ କ୍ରେଜ୍ ରହିଛି । ଏହାର କ୍ରେଜ ଏପରି ରହିଛି ଯେ ୧୩୦ ଜଣ ସୈନିକଙ୍କ ମଧ୍ୟରୁ ୨୦ ଜଣ ଏହି ଅଫର୍ ଗ୍ରହଣ କରି ପୁନଃ ପଞ୍ଜୀକୃତ ହୋଇସାରିଛନ୍ତି । ସୋସିଆଲ ମିଡିଆରେ ଘଟଣାଟି ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି ।
Tags:




