ବହି ପଢିଲେ ମିଳୁଛି ଟଙ୍କା

ବହି ପଢିଲେ ମିଳୁଛି ଟଙ୍କା
Ipsita Picture
By: Ipsita
Published On

 

ସିଙ୍ଗାପୁର ସରକାର ନିଜ ନାଗରିକଙ୍କ ମଧ୍ୟରେ ବହି ପଢ଼ିବା ଅଭ୍ୟାସକୁ ଉତ୍ସାହିତ କରିବା ପାଇଁ ଏକ ପାଞ୍ଚ ବର୍ଷିଆ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ପାଠକମାନଙ୍କୁ ବହି ପଢ଼ିବା ପାଇଁ ଆର୍ଥିକ ପୁରସ୍କାର ମିଳିବ । ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତିଦିନ ଅନ୍ତତଃ ୧୫ ମିନିଟ୍ପଢ଼ୁଥିବା ବ୍ୟକ୍ତିଙ୍କୁ ୨୦ଟି ଭର୍ଚୁଆଲ୍କଏନ୍ଦିଆଯିବ। ଯାହାକୁ ସେମାନେ ସରକାରୀ ୱେବସାଇଟ୍ରେ ଲଗ୍କରିପାରିବେ । ଏହିପରି ପ୍ରାୟ ୫୦ ଦିନ ପଢ଼ି ୧,୦୦୦ କଏନ୍ସଂଗ୍ରହ କଲେ ୧ ସିଙ୍ଗାପୁର ଡଲାର (ପ୍ରାୟ ୭୫ ଟଙ୍କା) ନଗଦ ପୁରସ୍କାର ମିଳିବ । ଲୋକମାନେ ନିଜର ଫ୍ରି ସମୟରେ ବସ୍, ଟ୍ରେନ୍କିମ୍ବା କାଫେରେ ବହି କିମ୍ବା ସ୍କ୍ରିନ୍ରେ ପଢ଼ି ଏହି ସୁବିଧା ନେଇପାରିବେ । ଆଜିକାଲି ଲୋକମାନେ ବହି ବଦଳରେ ସୋସିଆଲ ମିଡିଆ ରିଲ୍ସ ଓ ଭିଡିଓ ଦେଖିବାରେ ଅଧିକ ସମୟ ବିତାଉଥିବାରୁ ସରକାର ଏହି ଉପାୟ ଆପଣାଇଛନ୍ତି । ସରକାର ଦୈନନ୍ଦିନ ପଢ଼ାପଢ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଆର୍ଥିକ ପୁରସ୍କାରର ଯୋଜନାକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳିଛି ।

Tags: