୧୦୦ ବର୍ଷ ଆୟୁରେ ବିଶ୍ୱ ରେକର୍ଡ
ସାଧାରଣତଃ ବୃଦ୍ଧବୃଦ୍ଧାମାନେ ସର୍ବଦା ଗୋଟିଏ କଥା କହୁଥିବା ଆପଣ ନିଶ୍ଚିତ ଭାବେ ଶୁଣିଥିବେ ଯେ ‘ଆଉ ବୟସ ଆମର ନାହିଁ’ । ନାଚିବା, ବୁଲିବା, ଦୌଡ଼ିବା ଏବଂ ପଢିବା ପରି କାର୍ଯ୍ୟକୁ ସେମାନେ ଏକପ୍ରକାର ଭୁଲିଯାଉଛନ୍ତି । ହେଲେ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବୟସ ସହ ଜଡ଼ିତ ସମସ୍ତ ଭ୍ରମକୁ ଭାଙ୍ଗି ଏକ ନୂତନ ପ୍ରେରଣା ଦେଉଛନ୍ତି । କିଛି ଦିନ ଧରି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ଏହାର ସଦ୍ୟତମ […]
ସାଧାରଣତଃ ବୃଦ୍ଧବୃଦ୍ଧାମାନେ ସର୍ବଦା ଗୋଟିଏ କଥା କହୁଥିବା ଆପଣ ନିଶ୍ଚିତ ଭାବେ ଶୁଣିଥିବେ ଯେ ‘ଆଉ ବୟସ ଆମର ନାହିଁ’ । ନାଚିବା, ବୁଲିବା, ଦୌଡ଼ିବା ଏବଂ ପଢିବା ପରି କାର୍ଯ୍ୟକୁ ସେମାନେ ଏକପ୍ରକାର ଭୁଲିଯାଉଛନ୍ତି । ହେଲେ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବୟସ ସହ ଜଡ଼ିତ ସମସ୍ତ ଭ୍ରମକୁ ଭାଙ୍ଗି ଏକ ନୂତନ ପ୍ରେରଣା ଦେଉଛନ୍ତି । କିଛି ଦିନ ଧରି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ଏହାର ସଦ୍ୟତମ ଉଦାହରଣ ।

ଏହି ଭିଡିଓରେ ଜଣେ ୧୦୦ ବର୍ଷର ବୃଦ୍ଧ ଏକ ପ୍ରତିଯୋଗିତାରେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଏକ ଟ୍ରାକ୍ ଆଣ୍ଡ୍ ଫିଲï ଇଭେଣ୍ଟରେ ନା କେବଳ ସେ ଭାଗ ନେଇଛନ୍ତି ବରଂ ଏପରି ଦୌଡ଼ିଛନ୍ତି ଯେ ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ୧୦୦ ବର୍ଷର ଲେଷ୍ଟର୍ ରାଇଟ୍ ଆମେରିକାର ସବୁଠୁ ପୁରୁଣା ଟ୍ରାକ୍ ଆଣ୍ଡ୍ ଫିଲï ମିଟ୍ ପେନ୍ ରିଲେରେ ଅଂଶଗ୍ରହଣ କରିଥିଲେ । ଲେଷ୍ଟର୍ ୧୦୦ ମିଟରର ରେସ୍କୁ ମାତ୍ର ୨୬.୩୪ ସେକେଣ୍ଡରେ ପୁରା କରି ନିଜ ନାଁରେ ବିଶ୍ୱ ରେକର୍ଡ କରିଛନ୍ତି ।

କେବଳ ସେତିକି ନୁହେଁ ଡୋନାଲï ପେଲମେନଙ୍କ ୨୬.୯୯ ସେକେଣ୍ଡରେ ରେସ୍କୁ ପୁରା କରିବାର ରେକର୍ଡକୁ ବି ଲେଷ୍ଟର ଭାଙ୍ଗି ଦେଇଛନ୍ତି । ନୁ୍ୟ ଜର୍ସିର ବାସିନ୍ଦା ଲେଷ୍ଟର୍ ରାଇଟ୍ ଗତ ସପ୍ତାହରେ ହିଁ ନିଜର ୧୦୦ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ପ୍ରତିଯୋଗିତାରେ ଲେଷ୍ଟର ଭାଗ ନେଇ ଦୀର୍ଘ ୨ ଦଶକ ପରେ ଟ୍ରାକ୍କୁ ଫେରିଥିଲେ । ଏହି ପ୍ରତ୍ୟାବର୍ତ୍ତନ ଲେଷ୍ଟର୍ଙ୍କୁ ତାଙ୍କ ସମକକ୍ଷ ବୟସ୍କଙ୍କ ମଧ୍ୟରେ ୱାଲïର୍ ରେକର୍ଡ କରାଇଛି, ଯାହାକୁ ନେଇ ସେ ଖୁସି ପ୍ରକାଶ କରିଛନ୍ତି । ସେ ୮୬ ଏବଂ ୯୨ ବର୍ଷୀୟ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ପୁରୁଷଙ୍କ ୮୦ ବର୍ଷ ଏବଂ ତାଠୁ ଉର୍ଦ୍ଧ୍ୱ ଆୟୁ ବର୍ଗରେ ନଅ ଜଣଙ୍କ ମଧ୍ୟରେ ସପ୍ତମ ସ୍ଥାନ ପ୍ରାପ୍ତ କରିଛନ୍ତି । ଲେଷ୍ଟର୍ ରାଇଟ୍ଙ୍କ ଆଥଲେଟିକ କ୍ୟାରିଅର ୮୦ବର୍ଷରୁ ଅଧିକ । ସେ ୧୯୩୦ ମସିହାରୁ ଦୌଡ଼ିବା ଆରମ୍ଭ କରିଥିଲେ, କିନ୍ତୁ ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବାରୁ ତାଙ୍କ କ୍ୟାରିଅରରେ ଅଳ୍ପ ସମୟ ପାଇଁ ବ୍ରେକ୍ ଲାଗିଥିଲା । ଯୁଦ୍ଧ ସମାପ୍ତ ପରେ ଲେଷ୍ଟର୍ ଆମେରିକା ଫେରିଥିଲେ ଏବଂ ଏହାପରେ ୩୦ ବର୍ଷ ବୟସରେ ନୁ୍ୟଜର୍ସିରେ ଦୌଡ଼ିବାରେ ଆରମ୍ଭ କରିଥିଲେ । ସେ ୭୬ ବର୍ଷ ବୟସରେ ୨୦୦ ମିଟରର ରେସ୍ରେ ମଧ୍ୟ ବିଶ୍ୱ ରେକର୍ଡ କରିସାରିଛନ୍ତି ।




