ବିଶ୍ୱର ଉଚ୍ଚତମ ପରିବାର ଭାବେ ଗିନିଜ୍‌ ବୁକ୍‌ ରେକର୍ଡ

ମିନେସୋଟା: ଆମେରିକାର ମିନେସୋଟାରେ ବାସ କରୁଥିବା ଏକ ପରିବାର ଗିନିଜ୍‌ ବିଶ୍ୱ ରେକର୍ଡ କରିଛନ୍ତି । ଏହି ପରିବାର ସେମାନଙ୍କର ଉଚ୍ଚତା ପାଇଁ ବିଶ୍ୱ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି । ପିତା ସ୍କଟ୍‌, ମା’ କ୍ରିସେ ଏବଂ ସନ୍ତାନ ସଭାନା, ମୋଲୀ ଏବଂ ଆଡାମ୍‌ଙ୍କୁ ନେଇ ଗଠିତ ଟ୍ରା« ପରିବାରର ହାରାହାରି ଉଚ୍ଚତା ୬ ଫୁଟ ୮ ଇଞ୍ଚ ରହିଛି । ଘରର ସବୁଠୁ ଅଧିକ ଲମ୍ବା ବ୍ୟକ୍ତିଙ୍କ ନାମ ଆଡାମ୍‌ ଟ୍ରାପ । ୨୨ […]

Samaya Live Picture
Published On

ମିନେସୋଟା: ଆମେରିକାର ମିନେସୋଟାରେ ବାସ କରୁଥିବା ଏକ ପରିବାର ଗିନିଜ୍‌ ବିଶ୍ୱ ରେକର୍ଡ କରିଛନ୍ତି । ଏହି ପରିବାର ସେମାନଙ୍କର ଉଚ୍ଚତା ପାଇଁ ବିଶ୍ୱ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି । ପିତା ସ୍କଟ୍‌, ମା’ କ୍ରିସେ ଏବଂ ସନ୍ତାନ ସଭାନା, ମୋଲୀ ଏବଂ ଆଡାମ୍‌ଙ୍କୁ ନେଇ ଗଠିତ ଟ୍ରା« ପରିବାରର ହାରାହାରି ଉଚ୍ଚତା ୬ ଫୁଟ ୮ ଇଞ୍ଚ ରହିଛି । ଘରର ସବୁଠୁ ଅଧିକ ଲମ୍ବା ବ୍ୟକ୍ତିଙ୍କ ନାମ ଆଡାମ୍‌ ଟ୍ରାପ । ୨୨ ବର୍ଷୀୟ ଆଡାମଙ୍କ ଉଚ୍ଚତା ୭ ଫୁଟ୍‌ ୩ ଇଞ୍ଚ୍‌ ଥିବା ବେଳେ ଘରର ସବୁଠୁ କମ୍‌ ଉଚ୍ଚତା ଥିବା ସଦସ୍ୟ ହେଉଛନ୍ତି ଆଡାମଙ୍କ ମା’ କ୍ରିସେ । ତାଙ୍କର ଉଚ୍ଚତା ୬ ଫୁଟ ୩ ଇଞ୍ଚ୍‌ ।

ବିଶ୍ୱର ଉଚ୍ଚତମ ପରିବାର ଭାବେ ଗିନିଜ୍‌ ବୁକ୍‌ ରେକର୍ଡ

ସେହିପରି ସଭାନା ପରିବାରରେ ଦ୍ୱିତୀୟ ଲମ୍ବା ସଦସ୍ୟ । ବିଶ୍ୱର ସବୁଠୁ ଅଧିକ ଉଚ୍ଚତା ସମ୍ପନ୍ନ ପରିବାରକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା କରାଯାଉଛି । ତେବେ ଗିନିଜ ୱାଲïର୍ ରେକର୍ଡରେ ମିନେସୋଟାର ଏହି ଟ୍ରାପ ପରିବାର ସ୍ଥାନିତ ହେବା ପରେ ଉତ୍ସାହିତ ଅଛନ୍ତି । ହେଲେ ପ୍ରକୃତ ଜୀବନରେ ସେମାନଙ୍କ ଉଚ୍ଚତା ନେଇ ଅନେକ ଅସୁବିଧା ଭୋଗୁଛନ୍ତି ବୋଲି କହିଛନ୍ତି । ୬ ଫୁଟ୍‌ ୮ ଇଞ୍ଚ ଉଚ୍ଚତା ଥିବା ସଭାନାଙ୍କ କହିବା ଅନୁଯାୟୀ ଲମ୍ବା କାରଣରୁ ତାଙ୍କ ଗୋଡ଼ରେ ଷ୍ଟ୍ରେଚ୍‌ ମାର୍କ ଦେଖାଯାଉଛି ଏବଂ ଫଟାପଟ ଛିଡ଼ା ହୋଇଗଲେ ସେ ଚେତାଶୂନ୍ୟ ହୋଇଯାଆନ୍ତି ବୋଲି ସଭାନା କହିଛନ୍ତି । ଗୋଟିଏ ମାସରେ ତାଙ୍କର ଉଚ୍ଚତା ଦେଢ ଇଞ୍ଚ ବୃଦ୍ଧି ପାଇଛି ।

ବିଶ୍ୱର ଉଚ୍ଚତମ ପରିବାର ଭାବେ ଗିନିଜ୍‌ ବୁକ୍‌ ରେକର୍ଡ

ସେପଟେ ଲମ୍ବା ଲୋକ ହେବାର ଅନେକ ଲାଭ ରହିଛି ବୋଲି ଘରର ମୁଖିଆ ସ୍କଟ୍‌ ଟ୍ରାପ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ସେ ତାଙ୍କ କ୍ଲାସରେ ସମସ୍ତଙ୍କୁ ଲମ୍ବା ହୋଇଥିବାରୁ ସମସ୍ତେ କଥାବାର୍ତ୍ତା କରିବା ପାଇଁ ଆସିଥାନ୍ତି । ନୂଆ ନୂଆ ବ୍ୟକ୍ତି ମଧ୍ୟ ତାଙ୍କ ପାଖକୁ ଆସି ଲମ୍ବା ହେବାର ରହସ୍ୟ ସମ୍ପର୍କରେ ପଚାରି ବୁଝିଥାନ୍ତି । ରିପୋର୍ଟ ଅନୁଯାୟୀ ୨୦୧୮ରେ ୮ ଫୁଟ ୩ ଇଞ୍ଚର ତୁର୍କୀ ବାସିନ୍ଦା ସୁଲତାନ କୋସେନ ଦୁନିଆର ସବୁଠୁ ଲମ୍ବା ବ୍ୟକ୍ତି ଭାବେ ଗିନିଜ ରେକର୍ଡ କରିଥିଲେ । ସେହିପରି ମହାରାଷ୍ଟ୍ରର ଜ୍ୟୋତି ଆମଗେଙ୍କ ନାମରେ (୨ ଫୁଟ) ବିଶ୍ୱରୁ ସବୁଠୁ ଛୋଟ ମନୁଷ୍ୟ ରେକର୍ଡ ରହିଛି ।