କୁକୁର ବିକୁଛି ୩୨ ମିଲ୍‌ଅନ୍‌ର ଘର

ଜର୍ମାନ: ବିଶ୍ୱର ସବୁଠାରୁ ଧନୀ କୁକୁର ବିକୁଛି ନିଜର ଘର । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ । ଗୁନ୍ଥର ନାମକ ଏହି କୁକୁର ନିଜ ଘର ମିଆମି ମ୍ୟାନସନ୍‌କୁ ୩୨ ମିଲିଅନ ଡଲାରରେ ନିଲାମ କରିଛି । କୁକୁରଟି ଏହି ସମ୍ପତ୍ତି ନିଜ ପରିବାର ବା ଅନ୍ୟ ଏକ କୁକୁରଠାରୁ ଉତ୍ତରାଧିକାରୀ ଭାବେ ପାଇଥିଲା । ସୂଚନା ଅନୁଯାୟୀ ୧୯୯୨ରେ ଜଣେ ଜର୍ମାନର ଜଣେ ବ୍ୟକ୍ତି ମୃତୁ୍ୟ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି […]

Samaya Live Picture
Published On

ଜର୍ମାନ: ବିଶ୍ୱର ସବୁଠାରୁ ଧନୀ କୁକୁର ବିକୁଛି ନିଜର ଘର । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ । ଗୁନ୍ଥର ନାମକ ଏହି କୁକୁର ନିଜ ଘର ମିଆମି ମ୍ୟାନସନ୍‌କୁ ୩୨ ମିଲିଅନ ଡଲାରରେ ନିଲାମ କରିଛି । କୁକୁରଟି ଏହି ସମ୍ପତ୍ତି ନିଜ ପରିବାର ବା ଅନ୍ୟ ଏକ କୁକୁରଠାରୁ ଉତ୍ତରାଧିକାରୀ ଭାବେ ପାଇଥିଲା ।
କୁକୁର ବିକୁଛି ୩୨ ମିଲ୍‌ଅନ୍‌ର ଘର

ସୂଚନା ଅନୁଯାୟୀ ୧୯୯୨ରେ ଜଣେ ଜର୍ମାନର ଜଣେ ବ୍ୟକ୍ତି ମୃତୁ୍ୟ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ତାଙ୍କର କୁକୁର ନାମରେ କରିଯାଇଥିଲେ । ଏହାପରେ ଏହି ପ୍ରଥା ଜାରି ରହିଲା, ଏବଂ ସେହି ସମ୍ପତ୍ତିର ମାଲିକାନା କୁକୁରର ପରିବାରକୁ ଗଲା । କୁକୁର ସହ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ‘ଗୁନ୍ଥର ଗ୍ରୁପ’ ନାମରେ ଏକ ସଙ୍ଗଠନ ମଧ୍ୟ ରହିଛି । ବିକ୍ରି ହୋଇଥିବା ଘରଟି ଏକଦା ଆମେରିକାର ପରିଚିତ କଣ୍ଠଶିଳ୍ପୀ ମାଡୋନାଙ୍କର ଥିଲା ।
କୁକୁର ବିକୁଛି ୩୨ ମିଲ୍‌ଅନ୍‌ର ଘର

ତାଙ୍କଠାରୁ ଏହି ଘରକୁ ୨୦୦୦ ମସିହାରେ କିଣାଯାଇଥିଲା । ଏହି ମ୍ୟାନ୍‌ସନ୍‌ଟି ୧୯୨୮ରେ ନିର୍ମାଣ କରାଯାଇଥିଲା । ଘରଟି ବେଶ୍‌ ବିଳାସପୂର୍ଣ୍ଣ । ଏଠାରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ରହିଛି । ଘର ସହ ଏଠିକାର ପରିବେଶ ମଧ୍ୟ ବେଶ୍‌ ମନୋରମ, ଯେଉଁଥିପାଇଁ ଏହାର ଦାମ ଏତେ ଅଧିକ ।