ବିଶ୍ବ କଇଁଛ ଦିବସ

ବିଶ୍ବ କଇଁଛ ଦିବସ
Ipsita Picture
By: Ipsita
Published On

 

ପୃଥିବୀର ଅନ୍ୟତମ ପ୍ରାଚୀନ ଜୀବ କଇଁଛଙ୍କ ସଂରକ୍ଷଣ ଏବଂ ସେମାନଙ୍କର ହ୍ରାସ ପାଉଥିବା ପ୍ରାକୃତିକ ବାସସ୍ଥଳୀ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ' ୨୩ ତାରିଖକୁ ସମଗ୍ର ବିଶ୍ୱରେ 'ବିଶ୍ୱ କଇଁଛ ଦିବସ' ଭାବେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ଇତିହାସ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ପୁରୁଣା, ଯାହାର ଆରମ୍ଭ ୨୦୦୦ ମସିହାରେ ଆମେରିକାର ଏକ ଅଣ-ଲାଭଦାୟକ ସଂଗଠନ 'ଆମେରିକାନ୍ ଟୋର୍ଟଏଜ୍ ରେସକ୍ୟୁ' ଦ୍ୱାରା କରାଯାଇଥିଲା । ପରିବେଶ ସନ୍ତୁଳନ ରକ୍ଷା କରିବାରେ କଇଁଛମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ବିଶେଷ କରି ସାମୁଦ୍ରିକ କଇଁଛମାନେ ସମୁଦ୍ରର ଘାସ ପ୍ରଣାଳୀକୁ ସୁସ୍ଥ ରଖିବା ସହ ସାମୁଦ୍ରିକ ଜୈବ ବିବିଧତାକୁ ନିୟନ୍ତ୍ରିତ କରିଥାନ୍ତି ।  ସେହିଭଳି ଓଡ଼ିଶା ପରିପ୍ରେକ୍ଷୀରେ ଏହି ଦିବସର ତାପ୍ତର୍ଯ୍ୟ ଆହୁରି ଅଧିକ, କାରଣ ରାଜ୍ୟର ଗହୀରମଥା, ଋଷିକୂଲ୍ୟା ଏବଂ ଦେବୀ ମୁହାଣ ଭଳି ଉପକୂଳ ଅଞ୍ଚଳ ବିରଳ 'ଅଲିଭ୍ ରିଡ୍ଲେ' ସାମୁଦ୍ରିକ କଇଁଛମାନଙ୍କର ବିଶ୍ୱର ସବୁଠାରୁ ବଡ଼ ଗଣ-ଅଣ୍ଡାଦାନ  କ୍ଷେତ୍ର ପାଲଟିଛି । ବର୍ତ୍ତମାନ ସମୟରେ ସାମୁଦ୍ରିକ ପ୍ରଦୂଷଣ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ବେଆଇନ ଶିକାର ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଶାନ୍ତ ପ୍ରାଣୀଙ୍କ ଅସ୍ତିତ୍ୱ ବିପନ୍ନ ହେବାରେ ଲାଗିଛି, ତେଣୁ କେବଳ ସରକାରୀ ସ୍ତରରେ ନୁହେଁ, ବରଂ ପ୍ରତ୍ୟେକ ନାଗରିକ ସଚେତନ ହୋଇ ପ୍ଲାଷ୍ଟିକ ବର୍ଜନ କରିବା ସହ ଏହି ଜୀବମାନଙ୍କୁ ସୁରକ୍ଷା ଦେବା ହିଁ ଚଳିତ ବିଶ୍ୱ କଇଁଛ ଦିବସର ପ୍ରକୃତ ସଂକଳ୍ପ ହେବ ।

Tags: