ବିଶ୍ୱ ଟେଲିଭିଜନ ଦିବସ
ସମଗ୍ର ବିଶ୍ୱରେ ପ୍ରତିବର୍ଷ ନଭେମ୍ବର ୨୧ ତାରିଖକୁ ‘ବିଶ୍ୱ ଟେଲିଭିଜନ ଦିବସ’ ଭାବେ ପାଳନ କରାଯାଇଥାଏ । ଆଧୁନିକ ସମାଜରେ ଯୋଗାଯୋଗ, ସୂଚନା ଓ ମନୋରଞ୍ଜନ କ୍ଷେତ୍ରରେ ଟେଲିଭିଜନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୯୬ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ ପ୍ରଥମ ବିଶ୍ୱ ଟେଲିଭିଜନ ଫୋରମ୍ ଆୟୋଜନ କରାଯିବା ପରେ ଏହି ଦିନଟିକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା । ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ ବିଶ୍ୱ ରାଜନୀତି ଉପରେ ଟେଲିଭିଜନର ବଢ଼ୁଥିବା ପ୍ରଭାବକୁ ସ୍ୱୀକୃତି ଦେବା ସହ ବିଶ୍ୱ ଶାନ୍ତି, ସୁରକ୍ଷା ତଥା ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଉଭା ହୋଇଛି । ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ଓ ଓଟିଟି ପ୍ଲାଟଫର୍ମର ପ୍ରସାର ସତ୍ତ୍ୱେ ଘରେ ଘରେ ସଠିକ୍ ଖବର, ଶିକ୍ଷା ଏବଂ ପାରିବାରିକ ମନୋରଞ୍ଜନ ପହଞ୍ଚାଇବାରେ ଟେଲିଭିଜନ ଆଜି ବି ନିଜର ସ୍ୱତନ୍ତ୍ର ଲୋକପ୍ରିୟତା ଓ ବିଶ୍ୱସନୀୟତା ବଜାୟ ରଖିଛି ।




