ବିଶ୍ବର କମ ଉଚ୍ଚତା ବିଶିଷ୍ଟ ଅଗ୍ନିଶମ କର୍ମଚାରୀ

ବିଶ୍ବର କମ ଉଚ୍ଚତା ବିଶିଷ୍ଟ ଅଗ୍ନିଶମ କର୍ମଚାରୀ
Ipsita Picture
By: Ipsita
Published On

 

ଆମେରିକାର କିମ୍ବରଲି କେଲସୋ ମାତ୍ର ୪ ଫୁଟ୍ ୧୦ ଇଞ୍ଚ ଉଚ୍ଚତା ସହ ବିଶ୍ୱର ସବୁଠାରୁ କମ୍ ଉଚ୍ଚତାବିଶିଷ୍ଟ ମହିଳା ଅଗ୍ନିଶମ କର୍ମଚାରୀ ହେବାର ଗୌରବ ହାସଲ କରିଛନ୍ତି । ଯାହାଙ୍କୁ ସହକର୍ମୀମାନେ ସ୍ନେହରେ 'ସ୍ପାଇଡର୍ ମଙ୍କି' ବୋଲି ଡାକିଥାନ୍ତି । ଗତ ପାଞ୍ଚ ବର୍ଷ ଧରି ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କିମ୍ବରଲି ନିଜର କମ୍ ଉଚ୍ଚତା ଯୋଗୁଁ ଆବଶ୍ୟକ ସମୟରେ ସଂକୀର୍ଣ୍ଣ ଝରକା ଭଳି ସ୍ଥାନକୁ ସହଜରେ ପ୍ରବେଶ କରିପାରନ୍ତି । କେବଳ ସେତିକି ନୁହେଁ, ସେ ନିଆଁ ଲାଗିଥିବା କୋଠା ଭିତରକୁ ଯାଇ ନିଆଁ ଲିଭାଇବା ସହ ଭାରୀ ଅଗ୍ନିଶମ ଉପକରଣ ମଧ୍ୟ ଚଳାଇ ପାରନ୍ତି ।  ଫାୟାର ଷ୍ଟେସନରେ ସହକର୍ମୀମାନେ ଅନେକ ସମୟରେ ତାଙ୍କ ଉଚ୍ଚତାକୁ ନେଇ ମଜାକ କରିଥାଆନ୍ତି । ହେଲେ ଦିନେ ଜଣେ ସହକର୍ମୀ ବିଶ୍ୱର ସବୁଠାରୁ କମ୍ ଉଚ୍ଚତାବିଶିଷ୍ଟ ଫାୟାରଫାଇଟର୍ ବିଷୟରେ ଖୋଜିଥିଲେ ଏବଂ କିମ୍ବରଲି ଏହି ରେକର୍ଡ଼ ପାଇଁ ଯୋଗ୍ୟ ବୋଲି ଜାଣିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଆନୁଷ୍ଠାନିକ ଭାବେ ତାଙ୍କ ଉଚ୍ଚତା ମାପିବା ପରେ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଥିଲା । ସୂଚନାଯୋଗ୍ୟ ଯେ, ବିଶ୍ୱର ସବୁଠାରୁ କମ୍ ଉଚ୍ଚତାବିଶିଷ୍ଟ (୪ ଫୁଟ୍ ୨ ଇଞ୍ଚ) ପୁରୁଷ ଫାୟାରଫାଇଟରଙ୍କ ରେକର୍ଡ଼ ଭିନ୍ସ ବ୍ରାସ୍କୋଙ୍କ ନାମରେ ରହିଛି ।

Tags: