ବିଶ୍ୱ ରେଡକ୍ରସ ଦିବସ

ବିଶ୍ୱ ରେଡକ୍ରସ ଦିବସ
Ipsita Picture
By: Ipsita
Published On

 

ପ୍ରତିବର୍ଷ ମେ ମାସ ୮ ତାରିଖରେ ସାରା ବିଶ୍ୱରେ 'ବିଶ୍ୱ ରେଡକ୍ରସ ଦିବସ' ପାଳନ କରାଯାଏ, ଯାହା ମାନବିକ ସେବା ଏବଂ ନିସ୍ୱାର୍ଥପର ସାହାଯ୍ୟର ପ୍ରତୀକ ଭାବେ ଜଣାଶୁଣା । ଏହି ଦିବସଟି ଅନ୍ତର୍ଜାତୀୟ ରେଡକ୍ରସ କମିଟିର ପ୍ରତିଷ୍ଠାତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନେରୀ ଡ୍ୟୁନାଣ୍ଟଙ୍କ ଜନ୍ମ ବାର୍ଷିକୀ ସ୍ମୃତିରେ ପାଳିତ ହୋଇଥାଏ । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀଙ୍କ ଅବଦାନକୁ ସମ୍ମାନ ଜଣାଇବା । ଏହାସହ ମାନବିକତା, ନିରପେକ୍ଷତା ଓ ଏକତା ଭଳି ମୂଲ୍ୟବୋଧକୁ ପ୍ରସାର କରିବା । ୧୯୪୮ ମସିହାରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ଏହା ପାଳିତ ହୋଇଥିଲା । ଏହି ଦିବସରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଏବଂ ସଚେତନତା ସଭାମାନ ଆୟୋଜନ କରାଯାଇ ସମାଜର କଲ୍ୟାଣ ପାଇଁ ଶପଥ ନିଆଯାଇଥାଏ ।

Tags: