ମୋବାଇଲ ଗେମରେ ବିଶ୍ବ ରେକର୍ଡ
ବିହାରର ଦିଘୱାରା ଅଞ୍ଚଳର ୧୯ ବର୍ଷୀୟ ଯୁବକ ଶୁଭମ କୁମାର ଲୋକପ୍ରିୟ ମୋବାଇଲ୍ ଗେମ୍ ଖେଳି ବିଶ୍ବ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି । ମୋବାଇଲ ଗେମ 'କ୍ୟାଣ୍ଡି କ୍ରସ୍ ସାଗା'ରେ ୨୨,୨୨୨ ସ୍ତର ଅତିକ୍ରମ କରି 'ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ଼ସ୍'ରେ ନିଜ ନାମ ପଞ୍ଜିକରଣ କରିଛନ୍ତି । ଏହି ପଜଲ୍ ଗେମରେ ଗୋଟିଏ ରଙ୍ଗର କ୍ୟାଣ୍ଡି ମେଳ କରି ବିଭିନ୍ନ ଟାର୍ଗେଟ୍ ପୂରା କରାଯାଏ । ଯାହା ବିଶ୍ୱର ସବୁଠାରୁ ଲୋକପ୍ରିୟ ଗେମଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ଏହାର ୫ ଅର୍ବରୁ ଅଧିକ ଡାଉନଲୋଡ୍ ହୋଇସାରିଛି । ୧୯ ବର୍ଷ ବୟସରେ ଏହି ବିରଳ ସଫଳତା ହାସଲ କରିଥିବା ଶୁଭମଙ୍କୁ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରକର୍ଡ଼ସ୍ ପକ୍ଷରୁ 'କ୍ୟାଣ୍ଡି କ୍ରସ୍ ସାଗାରେ ସବୁଠାରୁ ଅଧିକ ଲେଭେଲ୍ ହାସଲ କରିଥିବା ଟିନଏଜର୍' କେଟାଗୋରୀରେ ସାମିଲ କରାଯାଇଛି । ସୋସିଆଲ ମିଡିଆରେ ତାଙ୍କୁ ଖୁବ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳୁଛି ।
Tags:




