ବିଶ୍ୱ ଜନସଂଖ୍ୟା ଦିବସ

ବିଶ୍ୱ ଜନସଂଖ୍ୟା ଦିବସ
Ipsita Picture
By: Ipsita
Published On

 

ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ସାରା ବିଶ୍ୱରେ 'ବିଶ୍ୱ ଜନସଂଖ୍ୟା ଦିବସ' ଭାବେ ପାଳନ କରାଯାଇଥାଏ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ଜଡ଼ିତ ସମସ୍ୟା, ଲିଙ୍ଗଗତ ସମାନତା, ପରିବାର ନିୟୋଜନ ଏବଂ ମାନବ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଜନସାଧାରଣଙ୍କୁ ସଚେତନ କରିବା । ୧୯୮୭ ମସିହା ଜୁଲାଇ ୧୧ ତାରିଖରେ ଯେତେବେଳେ ବିଶ୍ୱର ଜନସଂଖ୍ୟା ୫ ଅରବ ଅତିକ୍ରମ କରିଥିଲା । ସେତେବେଳେ ଏହି ଦିନର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାତିସଂଘ ବିକାଶ କାର୍ଯ୍ୟକ୍ରମ  ଦ୍ୱାରା ୧୯୮୯ ମସିହାରୁ ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ସମୟରେ ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହା ପ୍ରାକୃତିକ ସମ୍ପଦ ଉପରେ ମଧ୍ୟ ପ୍ରବଳ ଚାପ ସୃଷ୍ଟି କରୁଛି । ଯାହାଫଳରେ ଦାରଦ୍ର୍ୟ, ବେକାରୀ, ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଅନେକ ଆହ୍ୱାନ ଆମ ସାମ୍ନାକୁ ଆସୁଛି । ଏହି ଦିବସ ଆମକୁ ମନେ ପକାଇଦିଏ ଯେ କେବଳ ଜନସଂଖ୍ୟା ନିୟନ୍ତ୍ରଣ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତି ବିଶେଷ କରି ମହିଳା ଓ ଯୁବପିଢ଼ିଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ସମାନ ସୁଯୋଗ ପ୍ରଦାନ କରିବା ଦ୍ୱାରା ହିଁ ଆମେ ଏକ ସୁସ୍ଥ ଓ ସନ୍ତୁଳିତ ସମାଜ ଗଠନ କରିପାରିବା ।

Tags: