ବିଶ୍ୱ ନିମୋନିଆ ଦିବସ
ପ୍ରତିବର୍ଷ ନଭେମ୍ବର ୧୨ ତାରିଖକୁ ବିଶ୍ୱବ୍ୟାପୀ 'ବିଶ୍ୱ ନିମୋନିଆ ଦିବସ' ଭାବେ ପାଳନ କରାଯାଉଛି । ନିମୋନିଆ ଭଳି ଏକ ମାରାତ୍ମକ ସଂକ୍ରାମକ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା, ଏହାର ପ୍ରତିରୋଧ ପାଇଁ ଟିକାକରଣକୁ ଗୁରୁତ୍ୱ ଦେବା ଏବଂ ସଠିକ୍ ସମୟରେ ଚିକିତ୍ସା କରି ପ୍ରାଣହାନିକୁ ରୋକିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ନିର୍ଦ୍ଦିଷ୍ଟ ଭାବେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁ ଏବଂ ବୃଦ୍ଧବୃଦ୍ଧାମାନେ ଏହି ରୋଗର ଅଧିକ ଶିକାର ହେଉଥିବାରୁ, ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୨୦୦୯ ମସିହାରେ 'ଗ୍ଲୋବାଲ କୋଏଲିସନ ଏଗେଂଷ୍ଟ ଚାଇଲ୍ଡ ନିମୋନିଆ' ପକ୍ଷରୁ ପ୍ରଥମ କରି ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଠିକ୍ ସମୟରେ ରୋଗ ନିରାକରଣ ସମ୍ଭବ । ସ୍ୱଚ୍ଛ ପରିବେଶ ଓ ସଚେତନତା ମାଧ୍ୟମରେ ଏହି ପ୍ରତିରୋଧଯୋଗ୍ୟ ରୋଗର ମୁକାବିଲା କରାଯାଇପାରିବ ବୋଲି ଏହି ଦିବସ ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଥାଏ ।
Tags:




