ବିଶ୍ୱ ନିମୋନିଆ ଦିବସ
By: Ipsita
ପ୍ରତିବର୍ଷ ନଭେମ୍ବର ୧୨ ତାରିଖରେ ପାଳନ ହୋଇଥାଏ ବିଶ୍ୱ ନିମୋନିଆ ଦିବସ । ନିମୋନିଆ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ଦିବସର ପାଳନ କରାଯାଇଥାଏ । ସୂଚନା ଅନୁସାରେ ନିମୋନିଆ ଏଭଳି ଏକ ସଂକ୍ରମଣ ଯେଉଁକାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ବିଶେଷଭାବେ ଏହାର ଚିହ୍ନଟରେ ବିଳମ୍ବ ହୋଇଥାଏ ଯେଉଁ କାରଣରୁ ଏହା ଘାତକ ସାବସ୍ତ୍ୟ ହୋଇଥାଏ । ତେଣୁ ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ ହେବାର ବିଶେଷ ଆବଶ୍ୟକତା ରହିଛି । ଏହି ସମସ୍ୟା ହେଲେ ରୋଗୀର ଥଣ୍ଡା, ଜ୍ୱର ସହିତ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ । ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା ହୋଇପାରିଲେ ଏହି ରୋଗ ସହଜରେ ଭଲ ହୋଇଯାଇଥାଏ । ଏହି ଦିନ ବିଭିନ୍ନ ଅନୁଷ୍ଠାନ ତଥା ସ୍କୁଲ କଲେଜରେ ଲୋକଙ୍କୁ ନିମୋନିଆ ରୋଗ ସମ୍ପର୍କରେ ସଚେତନ କରାଯାଇଥାଏ ।
Read More ଶୀତଦିନେ ଉପକାରୀ ଗୁଡ
Tags:


