ବିଶ୍ୱ ଫାର୍ମାସିଷ୍ଟ ଦିବସ

ବିଶ୍ୱ ଫାର୍ମାସିଷ୍ଟ ଦିବସ
Ipsita Picture
By: Ipsita
Published On

 

ସେପ୍ଟେମ୍ବର ୨୫ ତାରିଖକୁ ସାରା ବିଶ୍ୱରେ ‘ବିଶ୍ୱ ଫାର୍ମାସିଷ୍ଟ ଦିବସ’ ଭାବେ ପାଳନ କରାଯାଉଥିବା ବେଳେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଅତୁଳନୀୟ ଯୋଗଦାନକୁ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଇଣ୍ଟରନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ୍ ଫେଡେରେସନର ଆହ୍ୱାନକ୍ରମେ ପ୍ରତିବର୍ଷ ଏହି ସ୍ୱତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ, ରୋଗୀଙ୍କୁ ସଠିକ୍ ଓ ନିରାପଦ ଔଷଧ ଯୋଗାଇବାରେ ଫାର୍ମାସିଷ୍ଟମାନେ ଏକ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରିଥାନ୍ତି । ଔଷଧର ସୁରକ୍ଷିତ ବ୍ୟବହାର, ସଠିକ୍ ମାତ୍ରା ପରାମର୍ଶ, ନୂତନ ଗବେଷଣା ଏବଂ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚିକିତ୍ସା ପ୍ରଣାଳୀରେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଫାର୍ମାସିଷ୍ଟମାନେ ଏକ ସେତୁ ଭାବେ କାର୍ଯ୍ୟ କରି ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବୃଦ୍ଧି କରିବାରେ ସହାୟକ ହୋଇଥାନ୍ତି ।  

Tags: