ବିଶ୍ୱ ଅଙ୍ଗଦାନ ଦିବସ

ବିଶ୍ୱ ଅଙ୍ଗଦାନ ଦିବସ
Ipsita Picture
By: Ipsita
Published On

 

ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ସାରା ବିଶ୍ୱରେ 'ବିଶ୍ୱ ଅଙ୍ଗଦାନ ଦିବସ' ପାଳନ କରାଯାଇ ମାନବସେବାର ଶ୍ରେଷ୍ଠ ମହାନତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଏ । ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ ସବୁବେଳେ ଆଉ ଜଣଙ୍କୁ ନୂଆ ଜୀବନ ଦେଇଥାଏ । ଏହି ବାର୍ତ୍ତା ପ୍ରସାର କରିବା ଏହି ବିଶେଷ ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଚିକିତ୍ସା ବିଜ୍ଞାନ ଅନୁଯାୟୀ, ମସ୍ତିଷ୍କ ମୃତ୍ୟୁ ବା ବ୍ରେନ ଡେଡ୍ ଘଟିଥିବା କିମ୍ବା ସ୍ୱାଭାବିକ ମୃତ୍ୟୁ ବରଣ କରିଥିବା ଜଣେ ଦାତାଙ୍କ ଅଙ୍ଗ ଯେପରିକି ହୃତପିଣ୍ଡ, କିଡନୀ, ଯକୃତ, ଫୁସଫୁସ, ଆଖି ଓ ତ୍ୱଚା ଅନ୍ୟୁନ ୮ ଜଣ ଆବଶ୍ୟକତା ଥିବା ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ । କିନ୍ତୁ ଭ୍ରାନ୍ତ ଧାରଣା, ଅଜ୍ଞାନତା ଏବଂ ସାମାଜିକ କୁସଂସ୍କାର ଯୋଗୁଁ ଆଜି ବି ଅନେକ ଲୋକ ଅଙ୍ଗଦାନ କରିବାକୁ ସଙ୍କୋଚବୋଧ କରନ୍ତି । ଯାହା ଫଳରେ ହଜାର ହଜାର ରୋଗୀ ଅଙ୍ଗ ଅଭାବରୁ ପ୍ରାଣ ହରାଉଛନ୍ତି । ଏହି ପରିପ୍ରେକ୍ଷୀରେ, ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ଓ ସାମାଜିକ ସଂଗଠନ ପକ୍ଷରୁ ସଚେତନତା ଶୋଭାଯାତ୍ରା, କର୍ମଶାଳା ଏବଂ ସଙ୍କଳ୍ପ ଶିବିରମାନ ଆୟୋଜିତ ହୋଇଥାଏ ।  ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଅଙ୍ଗଦାନ ପାଇଁ ଆଗେଇ ଆସି ଏହି ମହତ ଅଭିଯାନର ଅଂଶବିଶେଷ ହେବା ଆଜିର ସମୟରେ ଅତ୍ୟନ୍ତ ଜରୁରୀବୋଲି ଏହି ଦିବସରେ ମତ ଦିଆଯାଇଥାଏ ।

Tags: