ବିଶ୍ୱ ହୋମିଓପାଥି ଦିବସ
ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ସାରା ବିଶ୍ୱରେ 'ବିଶ୍ୱ ହୋମିଓପାଥି ଦିବସ' ଭାବରେ ପାଳନ କରାଯାଏ, ଯାହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହି ପ୍ରାକୃତିକ ଚିକିତ୍ସା ପଦ୍ଧତିର ଗୁରୁତ୍ୱକୁ ଦର୍ଶାଇଥାଏ । ଏହି ଦିବସଟି ହୋମିଓପାଥିର ଜନକ ଡାକ୍ତର ଖ୍ରୀଷ୍ଟିଆନ୍ ଫ୍ରେଡ୍ରିକ୍ ସାମୁଏଲ୍ ହାନିମ୍ୟାନଙ୍କ ଜନ୍ମ ବାର୍ଷିକୀ ସ୍ମୃତିରେ ପାଳିତ ହୋଇଥାଏ । ଯିଏ ୧୮ଶ ଶତାବ୍ଦୀର ଶେଷ ଭାଗରେ ଜର୍ମାନୀରେ ଏହି ବିପ୍ଳବୀ ଚିକିତ୍ସା ବିଜ୍ଞାନର ମୂଳଦୁଆ ପକାଇଥିଲେ । ହୋମିଓପାଥି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଜାଗ୍ରତ କରି ରୋଗକୁ ମୂଳରୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହୋମିଓପାଥି ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଏହାର ନିରାପଦ ଓ ସୁଲଭ ଚିକିତ୍ସା ଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ଚିକିତ୍ସା ଜଗତରେ ଏହି ପଦ୍ଧତିର ବିକାଶ ପାଇଁ ନୂତନ ଗବେଷଣାକୁ ପ୍ରାଧାନ୍ୟ ଦେବା । ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ହୋମିଓପାଥିର ଭୂମିକା ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଭାବେ ଉଭା ହୋଇଛି ।




