ବିଶ୍ବ ଐତିହ୍ୟ ଦିବସ

ବିଶ୍ବ ଐତିହ୍ୟ ଦିବସ
Ipsita Picture
By: Ipsita
Published On

 

ବିଶ୍ୱର ଅମୂଲ୍ୟ ସାଂସ୍କୃତିକ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଚେତନତା ପାଇଁ ପ୍ରତିବର୍ଷ ଏପ୍ରିଲ ୧୮ ତାରିଖକୁ 'ବିଶ୍ୱ ଐତିହ୍ୟ ଦିବସ' ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି  ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ପ୍ରତି ଜନସାଧାରଣଙ୍କୁ ଆକୃଷ୍ଟ କରିବା ।  ୧୯୮୨ ମସିହାରେ 'ଇଣ୍ଟରନ୍ୟାସନାଲ କାଉନସିଲ୍ ଅନ୍ ମନୁମେଣ୍ଟସ ଆଣ୍ଡ ସାଇଟ୍ସ' ଦ୍ୱାରା ପ୍ରଥମେ ଏହା ପାଳନ ପାଇଁ ପ୍ରସ୍ତାବିତ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୮୩ ମସିହାରେ ୟୁନେସ୍କୋ ଏହାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା । ପ୍ରତିବର୍ଷ ଏହି ଦିବସ ପାଳନ ପାଇଁ ବିଭିନ୍ନ ଥିମ ନିର୍ଦ୍ଦାରିତ କରାଯାଇଥାଏ । ସେହିଭଳି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ "ବିପଦ ଏବଂ ବିପର୍ଯ୍ୟୟ ସମୟରେ ଜୀବନ୍ତ ଐତିହ୍ୟ ପାଇଁ ଜରୁରୀକାଳୀନ ପ୍ରତିକ୍ରିୟା" ରଖାଯାଇଛି । ଏହି ଦିବସ ପାଳନ କାରଣରୁ ବର୍ତ୍ତମାନ ଯୁବପିଢିଙ୍କୁ ଆମର ଅନେକ ଐତିହ୍ୟ ସମ୍ପର୍କରେ ତଥ୍ୟ ମିଳିଥାଏ  ।

Tags: