ବିଶ୍ୱ ହିନ୍ଦୀ ଦିବସ

ବିଶ୍ୱ ହିନ୍ଦୀ ଦିବସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କୁକୁରଙ୍କ ପାଇଁ ମନ୍ଦିର

ପ୍ରତିବର୍ଷ ଜାନୁଆରୀ ୧୦ ତାରିଖକୁ ସାରା ବିଶ୍ୱରେ 'ବିଶ୍ୱ ହିନ୍ଦୀ ଦିବସ' ଭାବେ ପାଳନ କରାଯାଏ। ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱସ୍ତରରେ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର କରିବା ଏବଂ ଏହାକୁ ଏକ ଆନ୍ତର୍ଜାତୀୟ ଭାଷା ଭାବେ ପ୍ରତିଷ୍ଠିତ କରିବା । ହିନ୍ଦୀ କେବଳ ଭାରତର ଏକ ପ୍ରମୁଖ ଭାଷା ନୁହେଁ, ବରଂ ଏହା ବିଶ୍ୱର ସର୍ବାଧିକ କଥିତ ଭାଷାଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ଦିନ ବିଦେଶରେ ଥିବା ଭାରତୀୟ ଦୂତାବାସ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଶେଷ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ହିନ୍ଦୀର ସାହିତ୍ୟିକ ଓ ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥାଏ । ଏହି ଦିବସର ଇତିହାସ ବେଶ୍ ଗୁରୁତ୍ୱପୂର୍ଣ୍ଣ। ୧୯୭୫ ମସିହା ଜାନୁଆରୀ ୧୦ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ପ୍ରଥମ 'ବିଶ୍ୱ ହିନ୍ଦୀ ସମ୍ମିଳନୀ' ଅନୁଷ୍ଠିତ ହୋଇଥିଲା। ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବା ପାଇଁ ୨୦୦୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ପ୍ରତିବର୍ଷ ଜାନୁଆରୀ ୧୦କୁ 'ବିଶ୍ୱ ହିନ୍ଦୀ ଦିବସ' ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଦିନଟିକୁ ବିଶ୍ୱବ୍ୟାପୀ ଉତ୍ସାହର ସହ ପାଳନ କରାଯାଉଛି। ପ୍ରତିବର୍ଷ ଏହି ଦିବସ ପାଇଁ ଏକ ନିର୍ଦ୍ଧାରିତ ବିଷୟବସ୍ତୁ ବା 'ଥିମ୍'  ଚୟନ କରାଯାଇଥାଏ। ସାଧାରଣତଃ ଏହି ଥିମ୍ଗୁଡ଼ିକ ହିନ୍ଦୀ ଭାଷାକୁ ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା ଏବଂ ଆଧୁନିକ ଯୁଗର ଆବଶ୍ୟକତା ସହ ଯୋଡ଼ିବା ଉପରେ ଆଧାରିତ ହୋଇଥାଏ ।  ଏହି ଦିବସ ପାଳନ ଦ୍ବାରା ଆଗାମୀ ପିଢିକୁ ହିନ୍ଦୀ ଭାଷାର ଗୁରୁତ୍ବତା ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ।

ସମ୍ବନ୍ଧିତ ଖବର ହରିଣ ଓ ଶିକାରୀ

Tags:

Related Posts

ସକାଳର ପାନୀୟ

ସକାଳର ପାନୀୟ

ହରିଣ ଓ ଶିକାରୀ

ହରିଣ ଓ ଶିକାରୀ