ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ
Ipsita Picture
By: Ipsita
Published On

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ ସାରା ବିଶ୍ୱରେ 'ବିଶ୍ୱ ସ୍ୱାସ୍ଥ୍ୟ ଦିବସ' ପାଳନ କରାଯାଏ। ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱବ୍ୟାପୀ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା। ୧୯୪୮ ମସିହାରେ ଏହାକୁ ପାଳନ କରିବାପାଇଁ  ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ନିଷ୍ପତ୍ତି ନିଆଗଲା । ଏହାପରେ ୧୯୫୦ ମସିହାରେ ପ୍ରଥମଥର ପାଇଁ ଏହାକୁ ପାଳନ କରାଯିବା ଆରମ୍ଭ ହେଲା । ଏହା ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ବା ଥିମ୍ ଉପରେ ଆଧାରିତ ହୋଇଥାଏ । ଯାହା ମାନସିକ ସ୍ୱାସ୍ଥ୍ୟ, ମାତୃ ଓ ଶିଶୁ ଯତ୍ନ କିମ୍ବା ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ ସମସ୍ୟା ଉପରେ ଆଲୋକପାତ କରିଥାଏ। ଏହି ଦିନ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟକ୍ରମ ଜରିଆରେ ଏହାକୁ ପାଳନ କରାଯିବା ସହିତ ଏହା ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ସୂଚିତ କରାଯାଇଥାଏ ।

Tags: