ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ
Ipsita Picture
By: Ipsita
Published On

 

ପ୍ରତିବର୍ଷ ଜୁନ୍ ୭ ତାରିଖକୁ ସମଗ୍ର ବିଶ୍ୱରେ 'ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ' ଭାବେ ପାଳନ କରାଯାଉଥିବା ବେଳେ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୂଷିତ ଖାଦ୍ୟ ଓ ପାନୀୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଲୋକଙ୍କୁ ସଚେତନ କରିବା । ଏହାସହ ବିଶ୍ୱବ୍ୟାପୀ ଖାଦ୍ୟ ସୁରକ୍ଷା ମାନଦଣ୍ଡରେ ସୁଧାର ଆଣିବା । ଏହି ଦିବସ ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦୧୮ ମସିହା ଡିସେମ୍ବର ମାସରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ମିଳିତ ସହଯୋଗରେ ୨୦୧୯ ଜୁନ୍ ୭ରେ ପ୍ରଥମ ଥର ପାଇଁ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଇଥିଲା। ସାମ୍ପ୍ରତିକ ସମୟରେ ଅସୁରକ୍ଷିତ ଖାଦ୍ୟ ଗ୍ରହଣ ଯୋଗୁଁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବାରୁ ଏହି ଦିବସର ଗୁରୁତ୍ୱ ବେଶ୍ ବୃଦ୍ଧି ପାଇଛି । ଯାହା ମାନବ ସ୍ୱାସ୍ଥ୍ୟ ରକ୍ଷା ସହ ଆର୍ଥିକ ପ୍ରଗତି, କୃଷି ଏବଂ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ। ପ୍ରତିବର୍ଷ ଏହି ଦିବସ ଅବସରରେ ବିଶ୍ୱବ୍ୟାପୀ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ ପକ୍ଷରୁ ବିଭିନ୍ନ ସେମିନାର, ସଚେତନତା ଶୋଭାଯାତ୍ରା, ୱେବିନାର ଏବଂ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥାଏ । ଏହି ଜରିଆରେ କୃଷି କ୍ଷେତ୍ରରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ କେମିତି ସ୍ୱଚ୍ଛତା ଓ ସୁରକ୍ଷା ବଜାୟ ରଖାଯାଇପାରିବ, ସେ ନେଇ ଜନସାଧାରଣଙ୍କୁ ବ୍ୟାପକ ଭାବେ ଶିକ୍ଷିତ ଓ ପ୍ରେରିତ କରାଯଇଥାଏ ।

Tags: