ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

ଆଜିକାଲି ଲୋକଙ୍କ ଖାଦ୍ୟ ଅଭ୍ୟାସ ଏବଂ ଆବଶ୍ୟକତାକୁ ଦେଖି ଅନେକ ଜିନିଷ ତିଆରି ହେଉଛି ଏବଂ ସେସବୁ ଉତ୍ପାଦନର ପଦ୍ଧତି ମଧ୍ୟ ବଦଳି ଯାଇଛି । ସେଥିରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି । ମାନବ ଶରୀର ଗଠନରେ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ପ୍ରକୃତି ବିଭିନ୍ନ ପ୍ରକାରର ଖାଦ୍ୟ ସୃଷ୍ଟି କରିଛି, ଯେଉଁଥିରେ କୋଷ ଏବଂ ଶରୀରର ଟିସୁ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାବଶ୍ୟକ ପୋଷକ ରହିଥାଏ । ତେଣୁ […]

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ
Samaya Live Picture
Published On

ଆଜିକାଲି ଲୋକଙ୍କ ଖାଦ୍ୟ ଅଭ୍ୟାସ ଏବଂ ଆବଶ୍ୟକତାକୁ ଦେଖି ଅନେକ ଜିନିଷ ତିଆରି ହେଉଛି ଏବଂ ସେସବୁ ଉତ୍ପାଦନର ପଦ୍ଧତି ମଧ୍ୟ ବଦଳି ଯାଇଛି । ସେଥିରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି । ମାନବ ଶରୀର ଗଠନରେ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ପ୍ରକୃତି ବିଭିନ୍ନ ପ୍ରକାରର ଖାଦ୍ୟ ସୃଷ୍ଟି କରିଛି, ଯେଉଁଥିରେ କୋଷ ଏବଂ ଶରୀରର ଟିସୁ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାବଶ୍ୟକ ପୋଷକ ରହିଥାଏ । ତେଣୁ ଶକ୍ତି ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଖାଇବା ଆବଶ୍ୟକ । ହେଲେ ଖାଦ୍ୟ ଯଦି ଦୂଷିତ ହୋଇଯାଏ, ତାହା ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରେ । ଦୋକାନ, ଢାବା କିମ୍ବା ହୋଟେଲରେ ଖାଦ୍ୟ ଖାଇବା ସମୟରେ ଆମ ମଧ୍ୟରୁ ଅନେକ ଭାବନ୍ତି ଯେ ଆମେ ଖାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥିବ । ଏହିପରି ଖାଦ୍ୟରେ ବ୍ୟବହୃତ ତେଲ, ପନିପରିବା, ମଇଦା ଏବଂ ଅନ୍ୟାନ୍ୟ ଶସ୍ୟର ଗୁଣ ବିଷୟରେ କେହି ଜାଣନ୍ତି ନାହିଁ । ଏହି କାରଣରୁ ଅନେକଥର ଆମେ ଏତେ ଖରାପ ଖାଦ୍ୟ ଖାଇବା ପରେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ସନ୍ତୁଳିତ ଖାଦ୍ୟ ଶରୀରର ପୁଷ୍ଟି ବର୍ଦ୍ଧନ କରିଥାଏ । ତେଣୁ ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ ଜଣାପଡୁଛି ବର୍ତ୍ତମାନ ଅନେକଙ୍କର ଜୀବନଶୈଳୀ ବଦଳି ଯାଇଛି । ମିଳୁଥିବା ବିଭିନ୍ନ ଖାଦ୍ୟରେ ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି । ଆମେ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ ଯାହା ପାଟିକୁ ସ୍ୱାଦକର ଲାଗୁଥିଲେ ବି ଦେହ ପାଇଁ କ୍ଷତିକାରକ । ଆଜିକାଲି ଲୋକପ୍ରିୟ ପାଲଟିଥିବା ଫାଷ୍ଟଫୁଡ କିମ୍ବା ଜଙ୍କ ଫୁଡ ଶରୀର ପାଇଁ ଘାତକ ପ୍ରମାଣିତ ହେଉଛି । ପୁଷ୍ଟିକର ଖାଦ୍ୟ ଅଭାବରୁ ପିଲାମାନେ ବିଶେଷ ଭାବରେ ଅନେକ ପ୍ରକାର ଶାରୀରିକ ସମସ୍ୟାର ଶିକାର ହୋଇଥାନ୍ତି । ମଣିଷ ସୁଖରେ ଜୀବନ ଜୀଇଁବା ପାଇଁ ତଥା ନିରୋଗୀ ରହିବା ଲାଗି ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏହା ସହିତ ଅପମିଶ୍ରିତ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରହି ମାନକଯୁକ୍ତ ଖାଦ୍ୟକୁ ପ୍ରାଥମିକତା ଦେବାର ଜରୁରୀ ହୋଇ ପଡିଛି । ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାସହ ଏଭଳି ମଧ୍ୟ ଅଧିକାଂଶ ସମୟରେ ଦେଖାଯାଇଥାଏ ଅନେକ ଲୋକଙ୍କୁ ସଠିକ ସମୟରେ ଖାଦ୍ୟ ମିଳିଥାଏ, ମାତ୍ର ସେମାନେ ଖାଦ୍ୟ ଅଧା ଖାଇ ଫିଙ୍ଗିଥାନ୍ତି । ତେଣୁ କୁହାଯାଏ ଯେତିକି ଖାଦ୍ୟ ଖାଇବେ ସେତିକି ହିଁ ବାଢିବା ଉଚିତ । ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍‌ ୭ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ ।ଖାଦ୍ୟ ଆଦୌ ନଷ୍ଟ କରିବା ଉଚିତ ନୁହେଁ । ଖାଦ୍ୟ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର । ଭୋକ କାରଣରୁ କାହାର ମଧ୍ୟ ମୃତ୍ୟୁ ନ ହେଉ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକ ରହିଛି ।
ରବିନାରାୟଣ ପଟ୍ଟନାୟକ
ମୋ – ୯୯୩୮୧୧୩୨୨୬

Tags: