ବିଶ୍ୱ ସାମାଜିକ ନ୍ୟାୟ ଦିବସ

ବିଶ୍ୱ ସାମାଜିକ ନ୍ୟାୟ ଦିବସ
Ipsita Picture
By: Ipsita
Published On

 

ପ୍ରତିବର୍ଷ ଫେବୃଆରୀ ୨୦ ତାରିଖରେ ସାରା ବିଶ୍ୱରେ ପାଳନ କରାଯାଇଥାଏ ବିଶ୍ୱ ସାମାଜିକ ନ୍ୟାୟ ଦିବସ । ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜରେ ପ୍ରଚଳିତ ଦାରିଦ୍ର୍ୟ, ବେକାରୀ, ଲିଙ୍ଗଗତ ଅସମାନତା ଏବଂ ମାନବାଧିକାର ଉଲ୍ଲଂଘନ ଭଳି ସମସ୍ୟାଗୁଡ଼ିକୁ ଦୂର କରି ଏକ ନ୍ୟାୟପୂର୍ଣ୍ଣ ତଥା ସମାନତା ଭିତ୍ତିକ ସମାଜ ଗଠନ କରିବା। ଏହା ୨୬ ନଭେମ୍ବର ୨୦୦୭ରେ ମିଳିତ ଜାତିସଂଘର ସାଧାରଣ ସଭାଦ୍ୱାରା ଏହାକୁ ସ୍ୱୀକୃତି ମିଳିଥିଲା ଏବଂ ପ୍ରଥମ କରି ୨୦୦୯ ମସିହାରେ ଏହା ଆନୁଷ୍ଠାନିକ ଭାବେ ପାଳିତ ହୋଇଥିଲା। ଏହି ଦିବସର ମହତ୍ତ୍ୱ ବହୁତ ଅଧିକ, କାରଣ ଏହା ବିଶ୍ୱବାସୀଙ୍କୁ ମନେ ପକାଇଦିଏ ଯେ ଶାନ୍ତି ଏବଂ ସୁରକ୍ଷା ପାଇଁ ସାମାଜିକ ନ୍ୟାୟ ଅପରିହାର୍ଯ୍ୟ । ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ସୁଯୋଗ, ସମ୍ମାନ ଏବଂ ସମ୍ପଦର ସଠିକ୍ ଭାଗ ମିଳିବ, ସେତେବେଳେ ହିଁ ବିଶ୍ୱରେ ସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ। ବିଶେଷ କରି ଶ୍ରମିକମାନଙ୍କ ଅଧିକାର, ସାମାଜିକ ସୁରକ୍ଷା ଏବଂ ସମାଜର ଦଳିତ ତଥା ଅବହେଳିତ ଶ୍ରେଣୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି ଦିବସ ସରକାର ଏବଂ ବିଭିନ୍ନ ସଂଗଠନଗୁଡ଼ିକୁ ସଚେତନ କରାଇଥାଏ। ୨୦୨୬ ମସିହାରେ ମଧ୍ୟ ଏହି ଦିବସ ଜରିଆରେ ବିଭିନ୍ନ ଦେଶରେ ସାମାଜିକ ଅସନ୍ତୋଷକୁ ଦୂର କରିବା ଏବଂ ଏକ ଏକତାବଦ୍ଧ ବିଶ୍ୱ ଗଠନ ପାଇଁ ସଂକଳ୍ପ ନିଆଯାଉଛି ।

Tags: