ବିଶ୍ୱ କର୍କଟ ଦିବସ

ବିଶ୍ୱ କର୍କଟ ଦିବସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉପକାରୀ ମୂଷା

ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ସାରା ବିଶ୍ୱରେ ପାଳନ କରାଯାଇଥାଏ ବିଶ୍ବ କର୍କଟ ଦିବସ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କର୍କଟ ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ, ଚିହ୍ନଟ ତଥା ଚିକିତ୍ସା ପାଇଁ ଲୋକଙ୍କୁ ଶିକ୍ଷିତ କରିବା । ଏହି ଦିବସର ଇତିହାସ ବେଶ୍ ଗୁରୁତ୍ୱପୂର୍ଣ୍ଣ; ଏହା ପ୍ରଥମ କରି ୨୦୦୦ ମସିହାରେ ପ୍ୟାରିସଠାରେ ଅନୁଷ୍ଠିତ "ବିଶ୍ୱ କର୍କଟ ସମ୍ମିଳନୀ"ରେ ଆରମ୍ଭ କରାଯାଇଥିଲା । ଏହି ସମ୍ମିଳନୀରେ "ଚାର୍ଟର ଅଫ୍ ପ୍ୟାରିସ" ସ୍ୱାକ୍ଷରିତ ହୋଇଥିଲା, ଯାହାର ଲକ୍ଷ୍ୟ ଥିଲା କର୍କଟ ରୋଗ ବିରୋଧରେ ବିଶ୍ୱସ୍ତରୀୟ ଲଢ଼େଇକୁ ଜୋରଦାର କରିବା ଏବଂ ରୋଗୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା । ଏହି ଦିବସ ପାଳନ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା, ସ୍ୱାସ୍ଥ୍ୟ ଶିବିର, ଏବଂ ସେମିନାରମାନ କରାଯାଇ କର୍କଟ ରୋଗର କାରଣ ଯଥାତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପ୍ରଦୂଷଣ ବିଷୟରେ ଲୋକଙ୍କୁ ବୁଝାଯାଏ ।

ସମ୍ବନ୍ଧିତ ଖବର ଅଷ୍ଟ୍ରେଲିଆ ପହଞ୍ଚିଲା କୁକୁର

Tags: