ବିଶ୍ବ ବ୍ରେଲ ଦିବସ

ବିଶ୍ବ ବ୍ରେଲ ଦିବସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ରୋବଟକୁ ହେବ କଷ୍ଟ

ପ୍ରତିବର୍ଷ ଜାନୁଆରୀ ୪ ତାରିଖରେ ପାଳନ ହୋଇଥାଏ ବିଶ୍ବ ବ୍ରେଲ ଦିବସ । ଦୃଷ୍ଟିବାଧିତଙ୍କ ଭାଷା ଭାବେ ବ୍ରେଲ ଭାଷା ପରିଚିତ । ଏହି ଭାଷା ସାହାଯ୍ୟରେ ସେମାନେ ଶିକ୍ଷା ଗ୍ରହଣ କରିଥାଆନ୍ତି । ତେବେ ଏହି ଭାଷା ସମ୍ପର୍କରେ ଖୁବ କମ ଲୋକ ଜାଣିଥାଆନ୍ତି । ତେଣୁ ଲୋକଙ୍କୁ ଏହି ଭାଷା ସମ୍ପର୍କରେ ଜଣାଇବା ପାଇଁ ଏହି ଦିବସର ପାଳନ ହୋଇଥାଏ । ନଭେମ୍ବର ୨୦୧୮ରେ ଏନେଇ ଆମେରିକାରେ ପ୍ରସ୍ତାବ ଆଗତ କରାଯାଇଥିଲା । ଏହାପରେ ୨୦୧୯ରେ ଏହି ଦିବସ ପାଳନ ଆରମ୍ଭ କରାଯାଇଥିଲା । ତେବେ ଏହି ଭାଷାର ଉଦ୍ଭାବକ ଲୁଇ ବ୍ରେଲଙ୍କ ଜନ୍ମ ଦିନକୁ ବିଶ୍ବ ବ୍ରେଲ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କିଭଳି ଏହି ଭାଷାକୁ ପଢିହେବ ସେନେଇ ଲୋକଙ୍କୁ ସଚେତନ କରାଯାଇଥାଏ ।

ସମ୍ବନ୍ଧିତ ଖବର ବ୍ୟଡମିଣ୍ଟନ ଖେଳୁଛି ରୋବଟ

Tags:

Related Posts