ନାସାର କାର୍ଯ୍ୟକାରିତା

ନାସା କେବଳ ଯେ ରକେଟ ଲଞ୍ଚ କିମ୍ବା ମହାକାଶକୁ ମାସ ରୋଭର ପଠାଇଥାଏ ତାହା ନୁହେଁ । ଏହାଠାରୁ ଖୁବ ଅଧିକ କାର୍ଯ୍ୟ କରିଥାଏ ନାସା । ଏହା ଉନ୍ନତ ତଥା ଆଧୁନିକ ବିଜ୍ଞାନ, ଟେକ୍ନୋଲୋଜି ଓ ଗ୍ଲୋବାଲ କର୍ପୋରେସନରେ ଖୁବ ସାହାଯ୍ୟ କରିଥାଏ । ବିଭିନ୍ନ ପ୍ରକାର ପ୍ରକଳ୍ପ ସାହାଯ୍ୟରେ ନାସା ଏହି ସମସ୍ତ କ୍ଷେତ୍ରରେ କାମ କରିଥାଏ । ଆସନ୍ତୁ ସେହିଭଳି କିଛି କ୍ଷେତ୍ର ସମ୍ପର୍କରେ ଜାଣିବା । ପରିବେଶ ତତ୍ବାବଧାନ ନାସାର ଅନେକ […]

ନାସାର କାର୍ଯ୍ୟକାରିତା
Samaya Live Picture
Published On

ନାସା କେବଳ ଯେ ରକେଟ ଲଞ୍ଚ କିମ୍ବା ମହାକାଶକୁ ମାସ ରୋଭର ପଠାଇଥାଏ ତାହା ନୁହେଁ । ଏହାଠାରୁ ଖୁବ ଅଧିକ କାର୍ଯ୍ୟ କରିଥାଏ ନାସା । ଏହା ଉନ୍ନତ ତଥା ଆଧୁନିକ ବିଜ୍ଞାନ, ଟେକ୍ନୋଲୋଜି ଓ ଗ୍ଲୋବାଲ କର୍ପୋରେସନରେ ଖୁବ ସାହାଯ୍ୟ କରିଥାଏ । ବିଭିନ୍ନ ପ୍ରକାର ପ୍ରକଳ୍ପ ସାହାଯ୍ୟରେ ନାସା ଏହି ସମସ୍ତ କ୍ଷେତ୍ରରେ କାମ କରିଥାଏ । ଆସନ୍ତୁ ସେହିଭଳି କିଛି କ୍ଷେତ୍ର ସମ୍ପର୍କରେ ଜାଣିବା ।
ପରିବେଶ ତତ୍ବାବଧାନ
ନାସାର ଅନେକ ପ୍ରକଳ୍ପ ଏପରି ରହିଥାଏ, ଯାହା ପୃଥିବୀର ବିଭିନ୍ନ ଆଙ୍ଗେଲରେ ମନିଟରିଂ କରିଥାଏ । ଏହି ତାଲିକାରେ ଲାଣ୍ଡସାଟ ମିସନ, ଆର୍ଥ ଅବର୍ସଭିଂ ମିଶନ ଭଳି ପ୍ରକଳ୍ପ ସାମିଲ ଅଛି । ଏହି ପ୍ରକଳ୍ପ ଜରିଆରେ ପରିବେଶ ପରିବର୍ତ୍ତନ କୁ ଟ୍ରାକ କରିବା କାମ ହୋଇଥାଏ । ସେହିପରି ବିଶ୍ବତାପମାନ ଓ ଗ୍ଲେସିଅର ତରଳିବା ଉପରେ ମଧ୍ୟ ଏହି ସବୁ ପ୍ରକଳ୍ପରେ ନଜର ରଖାଯାଇଥାଏ । ଏହାସହ ଜଙ୍ଗଲ କ୍ଷୟ ତଥା କୃଷିଜାତୀୟ ପରିବର୍ତ୍ତନ ଉପରେ ମଧ୍ୟ ଏହି ସମସ୍ତ ପ୍ରକଳ୍ପ ସହାୟତାରେ ନଜର ରଖାଯାଇଥାଏ । ସମୁଦ୍ର ଭିତରେ ଥିବା କରେଣ୍ଟକୁ ଜାଣିବାରେ, ସମୁଦ୍ର ପତନର ବୃଦ୍ଧି ସମ୍ବନ୍ଧରେ ତଥ୍ୟ ଏହି ସବୁ ପ୍ରକଳ୍ପ ଜରିଆରେ ମିଳିଥାଏ । ସେହିଭଳି ଏହି ପ୍ରକଳ୍ପ ମାଧ୍ୟମରେ ସରକାର ସହିତ ବିଭିନ୍ନ ଅନୁଷ୍ଠାନକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥାଏ ।
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା
ବିଭିନ୍ନ ସମୟରେ ଦେଖିବାକୁ ମିଳୁଥିବା ପାକୃତିକ ବପର୍ଯ୍ୟୟ ସମ୍ବନ୍ଧରେ ମଧ୍ୟ ତଥ୍ୟ ଏହି ପ୍ରକଳ୍ପରୁ ମିଳିଥାଏ । ନାସା ପକ୍ଷରୁ ଏଭଳି ଅନେକ ପ୍ରୋଜେକ୍ଟ ହୋଇଥାଏ ଯାହା ଏହି ସୂଚନା ଦେଇଥାଏ । ସାଟେଲାଇଟ ସାହାଯ୍ୟରେ ଉଠାଯାଉଥିବା ଫଟୋରୁ ହରିକେନ୍, ଜଙ୍ଗଲନିଆଁ, ବନ୍ୟା, ଆଗ୍ନେୟଗିରି ଉଦ୍ଗୀରଣ ସମ୍ପର୍କରେ ତଥ୍ୟ ମିଳିପାରୁଛି । ସେହିଭଳି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସରିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ମଧ୍ୟ ଏହି ସାଟେଲାଇଟ ଗୁଡିକୁ ବ୍ୟବହାର କରାଯାଉଛି । କେଉଁଠି କଣ କ୍ଷତି ହୋଇଛି ଏବଂ କିଭଳି ଏହାର ଉଦ୍ଧାର କାର୍ଯ୍ୟ କରାଯିବ ସେନେଇ ଏହି ତଥ୍ୟକୁ ବ୍ୟବହାର କରାଯାଇଥାଏ ।
ବୈଜ୍ଞାନିକ ଉଦ୍ଭାବନ
ନାସାର ଅନେକ ପ୍ରକଳ୍ପ ଏଭଳି ରହିଛି , ଯାହା କେବଳ ବୈଜ୍ଞାନିକ ଉଦ୍ଭାବନ ପାଇଁ ଡିଜାଇନ କରାଯାଇଥାଏ । ଏହାଦ୍ବାରା ମହାକାଶ ସମ୍ପର୍କରେ ଅନେକ ତଥ୍ୟ ମିଳିଥାଏ । ଏହାଦ୍ବାରା ବ୍ଲାକହୋଲ, ସମସ୍ତଗ୍ରହ, ଉପଗ୍ରହ, ଚନ୍ଦ୍ର, ସୂର୍ଯ୍ୟ, ସୌର ମଣ୍ଡଳ ସମ୍ପର୍କରେ ଅନେକ ତଥ୍ୟ ଜଣା ପଡିଥାଏ । ଏହା ବୈଜ୍ଞାନିକଙ୍କୁ ବିଭିନ୍ନ ପ୍ରକଳ୍ପରେ ସହାୟତା କରିଥାଏ ।
ସ୍ବାସ୍ଥ୍ୟ
ନାସାର ବିଭିନ୍ନ ପ୍ରକଳ୍ପ ସ୍ବାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମରେ ମଧ୍ୟ ସହାୟକ ହୋଇଥାଏ । ଏହାର ହ୍ୟୁମାନ ରିସର୍ଚ୍ଚ ପ୍ରୋଗାମ ଏବଂ ବିଭିନ୍ନ ବାୟୋମେଡିକାଲ ଏକ୍ସପେରିମେଣ୍ଟ ସହାୟତାରେ ବିଭିନ୍ନ ସମ୍ପର୍କରେ ଅଧିକ ଗବେଷଣା କରାଯାଉଛି । ସେହିଭଳି ମହାକାଶରେ ମଣିଷଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟା ଏହି ମହାକାଶ ଗବେଷଣାରୁ ମିଳିଥାଏ । ଏହି ସମସ୍ତ ତଥ୍ୟକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଚିକିତ୍ସାରେ ବ୍ୟବହାର କରାଯାଉଛି ।

Tags: