ୱାର୍କ ଫ୍ରମ୍ ପାର୍କ

ୱାର୍କ ଫ୍ରମ୍ ପାର୍କ
Ipsita Picture
By: Ipsita
Published On

 

ଦୁବାଇରେ ଅଫିସ୍ କିମ୍ବା ଘର ବଦଳରେ ପାର୍କରେ ବସି କାମ କରିବାର ଏକ ନୂଆ ଧାରା ଆରମ୍ଭ ହୋଇଛି, ଯାହାକୁ ' ୱାର୍କ ଫ୍ରମ୍ ପାର୍କ' ନାମ ଦିଆଯାଇଛି । ଏଥିପାଇଁ ଗଛଲତା ଓ ପୋଖରୀ ସୁଶୋଭିତ ଖୋଲା ସ୍ଥାନଗୁଡ଼ିକରେ ବିନା କୌଣସି ଶୁଳ୍କରେ ଲ୍ୟାପଟପ୍ ରଖି କାମ କରିବାର ସୁବିଧା ସୃଷ୍ଟି କରାଯାଇଛି । ଦୁବାଇର ଅଲ୍ ବାର୍ଷା ପଣ୍ଡ ପାର୍କ ଠାରେ ଲୋକଙ୍କ କାମ କରିବା ପାଇଁ ବସିବା ସହିତ ଅନ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ୱାଇ-ଫାଇ ଏବଂ ଲ୍ୟାପଟପ୍ ଚାର୍ଜିଂ ପଏଣ୍ଟ ମିଳୁଛି । ଏହାସହ ୩୦ ଜଣ କ୍ଷମତାବିଶିଷ୍ଟ ଏକ ଏୟାର-କଣ୍ଡିସନ୍‌ଡ କୋ- ୱାର୍କିଂ ସ୍ପେସ୍ ମଧ୍ୟ ନିର୍ମାଣ କରାଯାଇଛି । ହେଲେ ଏହି ସ୍ପେସର ଦୈନିକ ଭଡ଼ା ପ୍ରାୟ  ୧,୨୦୦ ଟଙ୍କା ଏବଂ ଏଥିରେ କଫି ଓ ୱାଇ-ଫାଇ ସୁବିଧା ଅନ୍ତର୍ଭୁକ୍ତ । ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଯୋଗୁଁ ଲୋକମାନେ କାମ ସହ ଦୌଡ଼ିବା, ଫୁଟବଲ୍ ଓ ଟେନିସ୍ ଖେଳିପାରୁଛନ୍ତି ଏବଂ ନିଜ ପିଲାମାନଙ୍କୁ ମଧ୍ୟ ପାର୍କକୁ ସାଙ୍ଗରେ ଆଣିପାରୁଛନ୍ତି । ଏହି ଟ୍ରେଣ୍ଡଟି ସୋସିଆଲ ମିଡିଆରେ ଭାଇରାଲ ହେବାସହ ଲୋକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି ।

Tags: