ମହିଳା ଡାକବାଲା

ଆଜିକାଲି ମଧ୍ୟ ଦୁନିଆରେ ଏଭଳି କିଛି ବୃତ୍ତି ରହିଛି, ଯେଉଁ ବୃତ୍ତି କେବଳ ପୁରୁଷଙ୍କ ପାଇଁ ଉଦିଷ୍ଟ । ହେଲେ କିଛି ମହିଳା ଏଭଳି ମଧ୍ୟ ରହିଛନ୍ତି ଯେଉଁମାନେ ଏହି ପ୍ରଥାକୁ ଭାଙ୍ଗିଛନ୍ତି । ସେହିଭଳି ଜଣେ ମହିଳା ବର୍ତ୍ତମାନ ଏହି ପ୍ରଥାକୁ ଭାଙ୍ଗି ସୋସିଆଲ ମିଡିଆରେ ଷ୍ଟାର ପାଲଟିଛନ୍ତି । ମୁମ୍ବାଇର ଆକାଂକ୍ଷା ଗାୟକଓ୍ୱାଡ୍‌ ବର୍ତ୍ତମାନ ନିଜର ବୃତ୍ତି ପାଇଁ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଗଣିତରେ ଡ୍ରିଗ୍ରୀଧାରୀ ଆକାଂକ୍ଷା ବର୍ତ୍ତମାନ ଜଣେ ମହିଳା […]

ମହିଳା ଡାକବାଲା
Samaya Live Picture
Published On

ଆଜିକାଲି ମଧ୍ୟ ଦୁନିଆରେ ଏଭଳି କିଛି ବୃତ୍ତି ରହିଛି, ଯେଉଁ ବୃତ୍ତି କେବଳ ପୁରୁଷଙ୍କ ପାଇଁ ଉଦିଷ୍ଟ । ହେଲେ କିଛି ମହିଳା ଏଭଳି ମଧ୍ୟ ରହିଛନ୍ତି ଯେଉଁମାନେ ଏହି ପ୍ରଥାକୁ ଭାଙ୍ଗିଛନ୍ତି । ସେହିଭଳି ଜଣେ ମହିଳା ବର୍ତ୍ତମାନ ଏହି ପ୍ରଥାକୁ ଭାଙ୍ଗି ସୋସିଆଲ ମିଡିଆରେ ଷ୍ଟାର ପାଲଟିଛନ୍ତି । ମୁମ୍ବାଇର ଆକାଂକ୍ଷା ଗାୟକଓ୍ୱାଡ୍‌ ବର୍ତ୍ତମାନ ନିଜର ବୃତ୍ତି ପାଇଁ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଗଣିତରେ ଡ୍ରିଗ୍ରୀଧାରୀ ଆକାଂକ୍ଷା ବର୍ତ୍ତମାନ ଜଣେ ମହିଳା ପୋଷ୍ଟମ୍ୟାନ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ତାଙ୍କ କାହାଣୀକୁ ଖୁବ ପ୍ରେରଣାଦାୟୀ ବୋଲି ବିବେଚନା କରୁଛନ୍ତି । ଖାଖି ବ୍ୟାଗଧରି ଓ କୋଟ୍‌ ପିନ୍ଧି ସେ ସବୁଦିନ ବାହାରି ଯାଆନ୍ତି ଚିଠି ବାଣ୍ଟିବାକୁ । ଆକାଂକ୍ଷା ଚିଠି ବାଣ୍ଟିବା ସମୟରେ କାଳେ କୌଣସି ସମସ୍ୟା ପଡିବେ, ସେଇ ଚିନ୍ତାରେ ପ୍ରଥମରୁ ତାଙ୍କ ପରିବାର ଏହି ଚାକିରି ପାଇଁ ରାଜି ନଥିଲେ । ହେଲେ ସମୟକ୍ରମେ ସେମାନେ ମଧ୍ୟ ଏହାକୁ ବୁଝିଥିଲେ । ସୂଚନା ଅନୁସାରେ ନିଜର ତିନି ବର୍ଷର ଚାକିରିକାଳ ଭିତରେ ସେ ଏକ ଲକ୍ଷରୁ ଅଧିକ ଚିଠି ବାଣ୍ଟି ସାରିଲେଣି । ତାଙ୍କୁ ଚିଠି ବାଣ୍ଟିବା ଏକ ଶାନ୍ତି ପ୍ରଦାନ କରିଥାଏ । ଏହା ତାଙ୍କୁ ଲୋକଙ୍କ ସହିତ ଯୋଡିବାରେ ଖୁବ ସହାୟକ ହୋଇଥାଏ ବୋଲି ଆକାଂକ୍ଷା ପ୍ରକାଶ କରିଛନ୍ତି । ସେହିଭଳି ଏହି ବୃତ୍ତିରେ ଝିଅଙ୍କ ପାଇଁ କୌଣସି ସମସ୍ୟା ନାହିଁ ବୋଲି ଆକାଂକ୍ଷା ସ୍ପଷ୍ଟ କରିଛନ୍ତି । ଏଥିରେ ତାଙ୍କ ଭଳି ଅନ୍ୟ ଝିଅ ମଧ୍ୟ କାର୍ଯ୍ୟ କରିପାରିବେ ବୋଲି ସେ ମତ ଦେଇଛନ୍ତି । ତାଙ୍କ ଅଞ୍ଚଳରେ ସେ ୨୬ ଜଣ ପୁରୁଷଙ୍କ ମଧ୍ୟରେ ଜଣେ ମହିଳା ଏହି ବୃତ୍ତି କରୁଛନ୍ତି, ତେଣୁ ଝିଅମାନେ ମଧ୍ୟ ଏଥିରେ କାର୍ଯ୍ୟ କରିପାରିବେ ବୋଲି ସେ ମତ ଦେଇଛନ୍ତି ।

Tags: