୧୦ ବର୍ଷ ପରେ ମିଳିଲା ପାର୍ସଲ

୧୦ ବର୍ଷ ପରେ ମିଳିଲା ପାର୍ସଲ
Ipsita Picture
By: Ipsita


ସାଧାରଣତଃ ଅନ୍‌ଲାଇନରେ ପାର୍ସଲ ଅର୍ଡର କଲେ ସପ୍ତାହେ କିମ୍ବା ଅତିବେଶୀରେ ଏକ ମାସ ଭିତରେ ମିଳିଯାଇଥାଏ । ହେଲେ ନିକଟରେ ଏକ ଅନଲାଇନ ପାର୍ସଲ ଡେଲିଭରୀର ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଦୀର୍ଘ ୧୦ ବର୍ଷ ପରେ ଏକ ପାର୍ସଲ ଡେଲିଭରୀ ହୋଇଛି । ଚୀନର ଜଣେ ମହିଳାଙ୍କୁ ତାଙ୍କ ପାର୍ସଲ ୧୦ ବର୍ଷ ପରେ ମିଳିଛି । ସୂଚନା ଅନୁସାରେ ୨୦୧୫ ମସିହାରେ ମହିଳା ଜଣଙ୍କ ଏକ ପାର୍ସଲର ଅର୍ଡର କରିଥିଲେ । ଏହା ଟିକେ ସ୍ୱତନ୍ତ୍ର ସାମଗ୍ରୀ ଥିଲା ତେଣୁ ଏହା ଡେଲିଭରୀ ହେବାପାଇଁ ୨ବର୍ଷରୁ ଅଧିକ ସମୟ ଲାଗିବବୋଲି ତାଙ୍କୁ ଏହା ପ୍ରଥମରୁ ସୂଚନା ଦିଆଯାଇଥିଲା । ପରେ ସେ ମଧ୍ୟ ଏହି ପାର୍ସଲ ସମ୍ପର୍କରେ ଭୁଲି ଯାଇଥିଲେ । ବର୍ତ୍ତମାନ ଅର୍ଥାତ ଏହାର ୧୦ ବର୍ଷପରେ ତାଙ୍କର ପାର୍ସଲ ଆସି ପହଞ୍ଚିଛି । ତେବେ ଏହି ପାର୍ସଲ ପଠାଇଥିବା ସେଲର ମହିଳାଙ୍କୁ ଏହି ଡେରି ପାଇଁ କ୍ଷମା ମାଗିବା ସହିତ ଆଉ ଏକ ଯୋଡି ଆଖି ମାଗଣା ମଧ୍ୟ ପଠାଇଥିଲେ ।

Read More ଭୁଲ ବୁଝିଲା କାଠୁରିଆ

Tags: