ବିଜ୍ଞାପନ ପାଇଁ ଅଜବ ନିୟମ

ଆପଣ ସମସ୍ତେ ଟିଭିରେ ପିଜ୍ଜା ଏବଂ କୋଲï ଡ୍ରିଙ୍କସ୍‌ର ଅନେକ ବିଜ୍ଞାପନ ଦେଖିଥିବେ ନିଶ୍ଚୟ । ଏହି ବିଜ୍ଞାପନରେ ମହିଳା କିମ୍ବା ପୁରୁଷଙ୍କୁ ପିଜ୍ଜା ଖାଉଥିବା ଦୃଶ୍ୟ ରହିଥାଏ । ହେଲେ ଆପଣ ଜାଣିଛନ୍ତି କି ପିଜ୍ଜା ଏବଂ କୋଲï ଡ୍ରିଙ୍କସ୍‌ର ବିଜ୍ଞାପନରେ ମହିଳାମାନେ ନଜର ଆସିବା ଉପରେ ବାରଣ କରାଯାଇଛି । କିମ୍ବା ଯଦି ଜଣେ ପୁରୁଷ ଜଣେ ମହିଳାଙ୍କୁ ଚା ଏବଂ କଫି ପରିବେଷଣ କରୁଛନ୍ତି, ତେବେ ସେହି ବିଜ୍ଞାପନ ବନ୍ଦ ହେବ । […]

Samaya Live Picture
Published On

ଆପଣ ସମସ୍ତେ ଟିଭିରେ ପିଜ୍ଜା ଏବଂ କୋଲï ଡ୍ରିଙ୍କସ୍‌ର ଅନେକ ବିଜ୍ଞାପନ ଦେଖିଥିବେ ନିଶ୍ଚୟ । ଏହି ବିଜ୍ଞାପନରେ ମହିଳା କିମ୍ବା ପୁରୁଷଙ୍କୁ ପିଜ୍ଜା ଖାଉଥିବା ଦୃଶ୍ୟ ରହିଥାଏ । ହେଲେ ଆପଣ ଜାଣିଛନ୍ତି କି ପିଜ୍ଜା ଏବଂ କୋଲï ଡ୍ରିଙ୍କସ୍‌ର ବିଜ୍ଞାପନରେ ମହିଳାମାନେ ନଜର ଆସିବା ଉପରେ ବାରଣ କରାଯାଇଛି । କିମ୍ବା ଯଦି ଜଣେ ପୁରୁଷ ଜଣେ ମହିଳାଙ୍କୁ ଚା ଏବଂ କଫି ପରିବେଷଣ କରୁଛନ୍ତି, ତେବେ ସେହି ବିଜ୍ଞାପନ ବନ୍ଦ ହେବ । ଏହାକୁ ପଢି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଥିବେ । କି;ୁ ବାସ୍ତବରେ ବିଶ୍ୱରେ ଏପରି ଏକ ଦେଶ ଅଛି, ଯେଉଁଠି ବିଜ୍ଞାପନ ପ୍ରସାରଣ ପାଇଁ ଅଦ୍ଭୁତ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ଅଜବ ନିର୍ଦ୍ଦେଶନାମା ଅନୁଯାୟୀ ମହିଳାମାନେ ଟିଭିରେ ପିଜ୍ଜା, କୋଲï ଡ୍ରିଙ୍କସ୍‌ ଏବଂ ସାଣ୍ଡୱିଚ୍‌ ଖାଉଥିବା ନଜର ଆସିବେ ନାହିଁ । ଏଥିସହ କାର୍ଯ୍ୟକ୍ଷେତ୍ର ସହିତ ଜଡିତ କୌଣସି ସ୍ଥାନରେ ପୁରୁଷ ଜଣେ ମହିଳାଙ୍କୁ ଚା’ କଫି ଦେଇପାରିବେ ନାହିଁ । ଯଦି ଏହା କୌଣସି ବିଜ୍ଞାପନରେ ଏପରି ଦୃଶ୍ୟ ରହିଥାଏ, ତେବେ ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜ୍ଞାପନ ପ୍ରସାରଣ ବେଳେ ଏସବୁ ନିୟମ ଆଇନକାନୁନ ମାନିବା ପାଇଁ ଇରାନରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଇସଲାମିକ୍‌ ରିପବ୍ଲିକ୍‌ ଅଫ୍‌ ଇରାନ ବ୍ରୋଡକାଷ୍ଟିଂରେ ଲୋକସମ୍ପର୍କ ଅଧିକାରୀ ଅମିର ହୁସେନ୍‌ ଶମଶାଦି ଏହି ନିୟମ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନିୟମ ନମାନିଲେ, ସେହି ବିଜ୍ଞାପନ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି । ଏହି ନିଷ୍ପତ୍ତି ଶୁଣି ଲୋକଙ୍କଠାରୁ ମିଶ୍ରପ୍ରତିକ୍ରିୟା ମିଳିଥିବା ବେଳେ ସୋସିଆଲ ମିଡିଆରେ ଏହି ଅଜବ ଏବେ ଭାଇରାଲ ହେବାରେ ଲାଗିଛି ।