୧୦ଟି ନାକ ଥିବା ମହିଳା
ବ୍ରିଟେନ୍ର ଜେନ୍ ହାର୍ଡ଼ମ୍ୟାନ୍ ନାମ୍ନୀ ଜଣେ ମହିଳା ଏକ ଦୁର୍ଲଭ ଅଟୋଇମ୍ୟୁନ୍ ରୋଗ କାରଣରୁ ନିଜର ପ୍ରାକୃତିକ ନାକ ହରାଇଥିଲେ । ଯାହାପରେ ଏବେ ଚୁମ୍ବକ ସାହାଯ୍ୟରେ ସେ ୧୦ରୁ ଅଧିକ ପ୍ରକାରର କୃତ୍ରିମ ନାକ ଲଗାଉଛନ୍ତି । ରୋଗ ଯୋଗୁଁ ନାକର ଆକୃତି ନଷ୍ଟ ହୋଇଯିବାରୁ ସେ ପ୍ରାୟ ୧୮ ମାସ ଧରି ଘରୁ ବାହାରି ନଥିଲେ । ଡାକ୍ତରମାନେ ପ୍ରଥମେ ଲଗାଉଥିବା ଗ୍ଲୁ-ଆଧାରିତ ନାକ ମଧ୍ୟ ଚେହେରାର ବଦଳୁଥିବା ଗଠନ ଯୋଗୁଁ କାମ ଦେଇ ନଥିଲା । ପରବର୍ତ୍ତୀ ସମୟରେ ଡାକ୍ତରମାନେ ତାଙ୍କ ମୁହଁର ହାଡ଼ରେ ଛୋଟ ଛୋଟ ମ୍ୟାଗ୍ନେଟିକ୍ ଇମ୍ପ୍ଲାଣ୍ଟ ବସାଇବା ପରେ ସେ ନିଜେ ସହଜରେ ବିଭିନ୍ନ ସ୍କିନ୍ ଟୋନ୍ ଓ ଅବସର ଅନୁସାରେ ଏହି ନାକଗୁଡ଼ିକୁ ବଦଳାଇ ପାରୁଛନ୍ତି । ବର୍ତ୍ତମାନ ଜେନ୍ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ନିଜ ଅନୁଭୂତି ଜଣାଇବା ସହ ଅନ୍ୟ ପ୍ରୋସ୍ଥେଟିକ୍ ବ୍ୟବହାରକାରୀଙ୍କୁ ସଚେତନ ଓ ଉତ୍ସାହିତ କରୁଛନ୍ତି ।
Tags:




