ସାଣ୍ଡୱିଚ୍‌ ଖାଇ ଦୀର୍ଘ ୨୩ ବର୍ଷ !

ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଘଟଣା ଭାଇରାଲ ହୋଇଥାଏ, ଯାହା ବିଶ୍ୱାସଯୋଗ୍ୟ ହୋଇନଥାଏ । ସେହିଭଳି ଏକ ଘଟଣା ଘଟିଛି ୟୁନାଇଟେଡ୍‌ କିଙ୍ଗଡମ୍‌ରେ । ସେଠିକାର ଜଣେ ୨୫ ବର୍ଷୀୟ ଯୁବତୀ ଜୋଏ ସାଣ୍ଡ୍‌ଲେର୍‌ ଦୀର୍ଘ ୨୩ ବର୍ଷ ହେଲାଣି କେବଳ ସାଣ୍ଡୱିଚ୍‌ ଖାଇ ବିତାଇଛନ୍ତି । ତାଙ୍କୁ ଯେତେବେଳେ ୨ ବର୍ଷ ହୋଇଥିଲା ସେବେଠାରୁ ସେ ସାଣ୍ଡୱିଚ ଖାଇବା ଆରମ୍ଭ କରିଥିଲେ । ସେ ଖାଇବାରେ କେବଳ ଚିଜ୍‌ ଆଣ୍ଡ ଓନିଅନ୍‌ କ୍ରିସ୍‌ପି ସାଣ୍ଡୱିଚ୍‌ ଖାଇଥାଆନ୍ତି […]

Samaya Live Picture
Published On

ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଘଟଣା ଭାଇରାଲ ହୋଇଥାଏ, ଯାହା ବିଶ୍ୱାସଯୋଗ୍ୟ ହୋଇନଥାଏ । ସେହିଭଳି ଏକ ଘଟଣା ଘଟିଛି ୟୁନାଇଟେଡ୍‌ କିଙ୍ଗଡମ୍‌ରେ । ସେଠିକାର ଜଣେ ୨୫ ବର୍ଷୀୟ ଯୁବତୀ ଜୋଏ ସାଣ୍ଡ୍‌ଲେର୍‌ ଦୀର୍ଘ ୨୩ ବର୍ଷ ହେଲାଣି କେବଳ ସାଣ୍ଡୱିଚ୍‌ ଖାଇ ବିତାଇଛନ୍ତି । ତାଙ୍କୁ ଯେତେବେଳେ ୨ ବର୍ଷ ହୋଇଥିଲା ସେବେଠାରୁ ସେ ସାଣ୍ଡୱିଚ ଖାଇବା ଆରମ୍ଭ କରିଥିଲେ । ସେ ଖାଇବାରେ କେବଳ ଚିଜ୍‌ ଆଣ୍ଡ ଓନିଅନ୍‌ କ୍ରିସ୍‌ପି ସାଣ୍ଡୱିଚ୍‌ ଖାଇଥାଆନ୍ତି ।

ସାଣ୍ଡୱିଚ୍‌ ଖାଇ ଦୀର୍ଘ ୨୩ ବର୍ଷ !

ତେବେ ତାଙ୍କୁ ଅଲଗା ଖାଦ୍ୟ ଖୁଆଇବା ପାଇଁ ତାଙ୍କ ପରିବାର ଅନେକ ଚେଷ୍ଟା କରିବା ପରେ ମଧ୍ୟ ସେ ଅଲଗା କିଛି ବି ଖାଇନଥିଲେ । କେବଳ ସକାଳ ଜଳଖିଆରେ ସେ ଶୁଖିଲା ସେରେଲ୍‌ ବା ଚକୋ ଚି« ଖାଇଥାଆନ୍ତି । ଏହା ପରେ ଦିନ ଯାକ ସେ ସାଣ୍ଡୱିଚ୍‌ ହିଁ ଖାଇଥାଆନ୍ତି । ତେବେ ତାଙ୍କର ଏହି ଅଭ୍ୟାସ ତାଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରେ ପକାଇଛି । ବର୍ତ୍ତମାନ ତାଙ୍କର ମଲଫିପୁଲ୍‌ ସ୍କେଲେରୋସିସ୍‌ ସମସ୍ୟା ଦେଖାଦେଇଛି, ଯାହା ବ୍ରେନ୍‌ ଓ ଶିରାକୁ କ୍ଷତି ପହଞ୍ଚାଇଥାଏ ।

ସାଣ୍ଡୱିଚ୍‌ ଖାଇ ଦୀର୍ଘ ୨୩ ବର୍ଷ !

ତାଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇଁ ହିପ୍ନୋଥେରାପିର ସହାୟତା ନେବା ପାଇଁ ପଡିଥିଲା । ଏହାପରେ ସେ ୨ଘଣ୍ଟାର ହିପ୍ନୋଥେରାପି କରିବା ପରେ ଫଳ ଏବଂ ପରିବାର ସ୍ୱାଦ ଚାଖିଥିଲେ । ଆଗକୁ ସେ ଅନ୍ୟ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବେ ବୋଲି ମତ ଦେଇଛନ୍ତି । ପ୍ରଥମରୁ ସେ ଫଳ ମୂଳରୁ ଖାଇବା ଆରମ୍ଭ କରିଛନ୍ତି, ଆଗକୁ ସେ ତରକାରୀର ସ୍ୱାଦ ଚାଖିବାକୁ ଆଗ୍ରହୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।