ଦହି ଖାଇ ବରଫ ଜଙ୍ଗଲରେ ୬ଦିନ
କାଲିଫର୍ଣ୍ଣିଆ: ଜଣେ ମହିଳା ବରଫ ପରିପୂର୍ଣ୍ଣ ଜଙ୍ଗଲରେ ୬ ଦିନ ପର୍ଯ୍ୟନ୍ତ କେବଳ ଦହି ଏବଂ ବରଫ ଖାଇ ନିଜକୁ ଜୀବିତ ରଖିଥିଲେ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କାଲିଫର୍ଣ୍ଣିଆର ଲିଟିଲ୍ ଭ୍ୟାଲିରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ କାର୍ଲିଫର୍ଣ୍ଣିଆର ୫୨ ବର୍ଷୀୟା ଶୀନା ଗୁଲେଟ୍ ତାଙ୍କ ୪୮ ବର୍ଷୀୟ ବନ୍ଧୁ ଜଷ୍ଟିନ ହେନିକଙ୍କ ସହ ୧୪ ଏପ୍ରିଲରେ ବରଫ ଝଡ଼ ହେବାରୁ ଜଙ୍ଗଲରେ ଫଶି ରହିଯାଇଥିଲେ । ଶୀନା ଏବଂ […]
କାଲିଫର୍ଣ୍ଣିଆ: ଜଣେ ମହିଳା ବରଫ ପରିପୂର୍ଣ୍ଣ ଜଙ୍ଗଲରେ ୬ ଦିନ ପର୍ଯ୍ୟନ୍ତ କେବଳ ଦହି ଏବଂ ବରଫ ଖାଇ ନିଜକୁ ଜୀବିତ ରଖିଥିଲେ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କାଲିଫର୍ଣ୍ଣିଆର ଲିଟିଲ୍ ଭ୍ୟାଲିରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ କାର୍ଲିଫର୍ଣ୍ଣିଆର ୫୨ ବର୍ଷୀୟା ଶୀନା ଗୁଲେଟ୍ ତାଙ୍କ ୪୮ ବର୍ଷୀୟ ବନ୍ଧୁ ଜଷ୍ଟିନ ହେନିକଙ୍କ ସହ ୧୪ ଏପ୍ରିଲରେ ବରଫ ଝଡ଼ ହେବାରୁ ଜଙ୍ଗଲରେ ଫଶି ରହିଯାଇଥିଲେ । ଶୀନା ଏବଂ ଜଷ୍ଟିନ ଦୁହେଁ କାର୍ ଭିତରେ ପୂରା ରାତି କଟାଇଥିଲେ ।

ଆଗାମୀ ଦିନ ଦୁହେଁ ଯେତେବେଳେ ସେହି ଅଞ୍ଚଳରୁ ବାହାରିବାକୁ ଚେଷ୍ଟା କଲେ, ଝଡ଼ତୋଫାନ ଯୋଗୁଁ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ । ଏହି ସମୟରେ ଶୀନା ଗୁଲେଟ୍ଙ୍କ ହାଇକିଙ୍ଗ୍ ଜୋତା ପୁରାପୁରି ଖରାପ ହୋଇଯାଇଥିବାରୁ ସେ ଆଗକୁ ବଢିପାରିନଥିଲେ । ତେଣୁ ସେ ଏହାପରେ ପୁଣି ଥରେ ନିଜ କାର୍ ପାଖକୁ ଫେରିଥିଲେ । ହେଲେ ଜଷ୍ଟିନ ହେନିକ ସେହି ଅଞ୍ଚଳରୁ ବାହାରି ୩ ଦିନ ପରେ ହାଇେୱରେ ପହଞ୍ଚିଥିଲେ । ଏହାପରେ ଜଣେ ଗାଡ଼ିବାଲାଙ୍କଠାରୁ ସାହାଯ୍ୟ ନେଇ କସବା ପର୍ଯ୍ୟନ୍ତ ପହଞ୍ଚି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ କହିଥିଲେ ।

ହେନିକ୍ଙ୍କ ସୂଚନା ଅନୁଯାୟୀ ପୋଲିସ ଫୋର୍ସ ସହାୟତାରେ ତାଙ୍କ ବନ୍ଧୁ ଶୀନା ଗୁଲେଟ୍ଙ୍କୁ ସନ୍ଧାନ କରାଯାଇଥିଲା । ପାଣିପାଗ ଖରାପ ଥିବାରୁ ମହିଳାଙ୍କୁ ଖୋଜିବାରେ ବିଳମ୍ବ ହୋଇଥିଲା । ପ୍ରାୟ ୬ ଦିନ ପରେ ଅର୍ଥାତ୍ ୨୦ ଏପ୍ରିଲରେ ଗୁଲେଟ୍ଙ୍କୁ ଖୋଜି ବାହାରକରିଥିଲେ । ଏହାପରେ ଶୀନା ଗୁଲେଟ୍ କିପରି ଭାବେ ତାଙ୍କ ପାଖରେ ଥିବା କେବଳ ୬ ପ୍ୟାକେଟ୍ ଦହି ଖାଇ ବଞ୍ଚି ଥିଲେ ବୋଲି ସନ୍ଧାନକାରୀ ଟିମ୍କୁ ଜଣାଇଥିଲେ ।




