କେଶରେ କଳା କୌଶଳ ପ୍ରଦର୍ଶନ ‘ହେୟାର ହ୍ୟାଙ୍ଗର୍’
ଇଂଲଣ୍ଡ: ଇଂଲଣ୍ଡର ଲିବରପୁଲରେ ରହୁଥିବା ଜଣେ କଳାକାର ପ୍ରସିଦ୍ଧ ହେୟାର ହ୍ୟାଙ୍ଗର ଭାବେ ଏବେ ବିଶ୍ୱପରିଚିତ ହୋଇପାରିଛନ୍ତି । ତାଙ୍କ ନାମ ହେଉଛି କ୍ଲୋ ୱାଲଶ୍ । ସେ ନିଜ କେଶ ସାହାଯ୍ୟରେ ଅତି ଆରାମରେ ନିଜକୁ ଟାଙ୍ଗି ପାରନ୍ତି । ତେବେ ଏହା ଆପଣଙ୍କୁ ଆଚମ୍ବିତ କରୁଥିବ । ହେଲେ ବାସ୍ତବରେ ୩୧ ବର୍ଷୀୟା କ୍ଲୋ ୱାଲଶ୍ ନିଜ କେଶର ମଜଭୂତି ଯୋଗୁଁ କେଶ ସାହାଯ୍ୟରେ ନିଜକୁ ସର୍କସରେ ଝୁଲାଇ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥାନ୍ତି । […]
ଇଂଲଣ୍ଡ: ଇଂଲଣ୍ଡର ଲିବରପୁଲରେ ରହୁଥିବା ଜଣେ କଳାକାର ପ୍ରସିଦ୍ଧ ହେୟାର ହ୍ୟାଙ୍ଗର ଭାବେ ଏବେ ବିଶ୍ୱପରିଚିତ ହୋଇପାରିଛନ୍ତି । ତାଙ୍କ ନାମ ହେଉଛି କ୍ଲୋ ୱାଲଶ୍ । ସେ ନିଜ କେଶ ସାହାଯ୍ୟରେ ଅତି ଆରାମରେ ନିଜକୁ ଟାଙ୍ଗି ପାରନ୍ତି । ତେବେ ଏହା ଆପଣଙ୍କୁ ଆଚମ୍ବିତ କରୁଥିବ ।

ହେଲେ ବାସ୍ତବରେ ୩୧ ବର୍ଷୀୟା କ୍ଲୋ ୱାଲଶ୍ ନିଜ କେଶର ମଜଭୂତି ଯୋଗୁଁ କେଶ ସାହାଯ୍ୟରେ ନିଜକୁ ସର୍କସରେ ଝୁଲାଇ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥାନ୍ତି । ରିପୋର୍ଟ ଅନୁଯାୟୀ କ୍ଲୋଇ ୨୦୧୪ରୁ ସର୍କସରେ ହେୟାର ହ୍ୟାଙ୍ଗର ଭାବେ କାମ ଆରମ୍ଭ କରିଛନ୍ତି । ପ୍ରାରମ୍ଭରେ କେଶରେ ନିଜକୁ ଝୁଲାଇବାର ଅଭ୍ୟାସ କରିଥିଲେ ।

ଏହାପରେ ଦେଖୁ ଦେଖୁ ଏହା ତାଙ୍କର ଏକ ସଉକରେ ପରିଣତ ହୋଇଦଲା । ସର୍କସରେ ଷ୍ଟଣ୍ଟ୍ ପ୍ରଦର୍ଶନ କରିବା ବେଳେ ସେ କେଶରେ ହୁ« ଲଗାଇ ନିଜକୁ ଝୁଲାଇଥାନ୍ତି ଏବଂ ପବନରେ ଝୁଲୁଥିବା ବେଳେ ଅନ୍ୟ କଳା ଦେଖାଇଥାନ୍ତି ।

ସେ ପିଲାଟି ବେଳୁ ନୃତ୍ୟର ତାଲିମ ନେଇଥିଲେ ଏବଂ ଭ୍ରମଣର ସଉକ କାରଣରୁ ତାଙ୍କୁ ସର୍କସରେ କାମ କରିବାର ସୁଯୋଗ ମିଳିଥିଲା ବୋଲି ଏକ ଇଣ୍ଟରଭୁ୍ୟରେ କ୍ଲୋଇ କହିଛନ୍ତି । ତେବେ ତାଙ୍କର ଏହି ନିଆରା କଳାକୁ ସମସ୍ତେ ପସନ୍ଦ କରିଛନ୍ତି । ତାଙ୍କର କିଛି ଷ୍ଟଣ୍ଟ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।




